ଦୁବାଇ:ଚଳିତ ଟି-୨୦ ବିଶ୍ବକପରେ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଖେଳିବ ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚ୍ ପୂର୍ବରୁ ଶୁକ୍ରବାର ବିଚ୍ ଭଲିବଲ ଖେଳି ସମୟ ବିତାଇଛନ୍ତି ଭାରତୀୟ ଖେଳାଳି ।
ପାକିସ୍ତାନ ବିପକ୍ଷରେ ପରାଜୟ ପରେ ବିରାଟ ବାହିନୀ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ଜୋରଦାର ଅଭ୍ୟାସ ଚଳାଇଛି । ପରାଜୟକୁ ଭୁଲି ପୁନଃ ଆତ୍ମବିଶ୍ବାସ ଫେରିପାଇବାକୁ ପ୍ରଚେଷ୍ଟ ଚଳାଇଛନ୍ତି ଭାରତୀୟ ଖେଳାଳି । ଫଳରେ ଟିମ ଇଣ୍ଡିଆ ଭଲିବଲ୍ ଖେଳୁଥିବା ଦେଖାଯାଇଛି । ଏହି ସମୟର ଭିଡିଓ BCCI ଟ୍ବିଟରରେ ସେୟାର କରିଛି ।