ଦୁବାଇ:ପୂର୍ବତନ ଭାରତୀୟ ବ୍ୟାଟର ମହମ୍ମଦ କୈଫ ସୋମବାର ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣରଙ୍କୁ ପ୍ରଶଂସା କରିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ(IPL)ରେ ନୈରାଶାଜନକ ପ୍ରଦର୍ଶନ ପରେ ସଦ୍ୟ ସମାପ୍ତ ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ରେ ଦମଦାର ପ୍ରତ୍ୟାବର୍ତ୍ତନ ସହ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ପ୍ରଂଶସାର ପାତ୍ର ହୋଇଛନ୍ତି ୱାର୍ଣ୍ଣର ।
ୱାର୍ଣ୍ଣର ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି । ବାମହାତୀ ବ୍ୟାଟର ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ମ୍ୟାଚ୍ରେ ଗୁରୁତ୍ବପୂର୍ଣ୍ଣ 53 ରନ୍ର ଅର୍ଦ୍ଧଶତକୀୟ ଇଂନିସ ସମେତ ଟୁର୍ଣ୍ଣାମେଣ୍ଟରେ ମୋଟ ୨୮୯ ରନ ସଂଗ୍ରହ କରିଥିଲେ ।
ଫାଇନାଲରେ ୱାର୍ଣ୍ଣରଙ୍କ ଉପଯୋଗୀ ଇଂନିସ ଅଷ୍ଟ୍ରେଲିଆକୁ ୮ ୱିକେଟର ବିଜୟରେ ବିଶେଷ ସହାୟକ ହୋଇଥିଲା ।