ଆବୁଧାବି: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରିଛି ଶ୍ରୀଲଙ୍କା । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ୍ । ପ୍ରଥମ ୱିକେଟ ପାଇଁ ଶ୍ରୀଲଙ୍କା ଓପନରମାନେ ଖାତାରେ ୪୨ ରନ୍ ଯୋଡ଼ିଥିଲେ । ଏହାପରେ କୁଶାଲ ପେରାରା ୨୯ ରନ୍ କରି ରସେଲଙ୍କ ଶିକାର ପାଲଟିଥିଲେ । ଏହାପରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଚରିତ ଆଶାଲଙ୍କା ଓ ପାଥୁମ ନିଶଙ୍କଙ୍କ ମଧ୍ୟରେ ୯୧ ରନ୍ର ଭାଗିଦାରୀ ହୋଇଥିଲା । ଫଳରେ ଦଳ ଏକ ବିଶାଳ ଟାର୍ଗେଟ ଦେବାକୁ ସକ୍ଷମ ହୋଇ ପାରିଥିଲା ।
ନିର୍ଦ୍ଧାରିତ ୨୦ ଓଭରରେ ଶ୍ରୀଲଙ୍କା ୩ ୱିକେଟ ହରାଇ ୧୮୯ ରନ୍ କରିବାକୁ ସକ୍ଷମ ହୋଇଛି । ଚରିତ ଆଶାଲଙ୍କା ଓ ପାଥୁମ ନିଶଙ୍କ ସର୍ବାଧିକ ୫୧ ଓ ୬୮ ରନ୍ କରିଥିଲେ । ସେପଟେ ଶ୍ରଲଙ୍କା ବ୍ୟାଟରଙ୍କ ସାମ୍ନାରେ ୱେଷ୍ଟଇଣ୍ଡିଜ ବୋଲରଙ୍କ ସମସ୍ତ ଯୋଜନା ଫେଲ ମାରିଥିଲା । ପଡ଼ିଆର ସମସ୍ତ ଦିଗରୁ ରନ୍ ସଂଗ୍ରହ କରିଥିଲେ ଶ୍ରୀଲଙ୍କା ବ୍ୟାଟର । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରସଲ ଦୁଇଟି ଓ ବ୍ରୋଭୋ ଗୋଟିଏ ନେବାରେ ସଫଳ ହୋଇଥିଲେ ।