ନୂଆଦିଲ୍ଲୀ:କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଦେଶର ଅଗଣିତ ଯୁବବର୍ଗଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି । ରିଜିଜୁ କହିଛନ୍ତି, ମହାମାରୀ କୋରୋନା ବିରୋଧୀ ଲଢେଇରେ ଯୁବବର୍ଗ ପ୍ରମୁଖ ଭୂମିକା ନିଭାଇଥିଲେ ।
ଜାନୁଆରୀ 12ରେ ପାଳିତ ହେବ ଜାତୀୟ ଯୁବ ଦିବସ । ଏହାପୂର୍ବରୁ ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ।