ଓଡିଶା

odisha

ETV Bharat / sports

ବିଶ୍ବର ଦ୍ରୁତତମ ଧାବକ ଉସେନ ବୋଲ୍ଟ କୋରାେନା ପଜିଟିଭ

କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟ କୋରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି ।

By

Published : Aug 25, 2020, 3:25 PM IST

Updated : Aug 25, 2020, 3:56 PM IST

ବିଶ୍ବର ଦ୍ରୁତତମ ଧାବକ ଉସେନ ବୋଲ୍ଟ କୋରାନା ପଜିଟିଭ
ବିଶ୍ବର ଦ୍ରୁତତମ ଧାବକ ଉସେନ ବୋଲ୍ଟ କୋରାନା ପଜିଟିଭ

ଲଣ୍ଡନ: କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟ କୋରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 34ତମ ଜନ୍ମଦିନ ଅବସରରେ ବୋଲ୍ଟ , ଇଂଲିସ ଫୁଟବଲ ଖେଳାଳି ରହୀମ ଷ୍ଟର୍ଲିଂ ଓ କ୍ରିକେଟର କ୍ରିସ ଗେଲଙ୍କ ସହ ମିଶି ଜାମାଇକାରେ ପାର୍ଟି କରିଥିଲେ। ଏହାର ଦିନକ ପରେ ସେ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି ।

ପୂର୍ବତନ ଅଲମ୍ପିକ ଷ୍ଟାର ଏକ ଭିଡିଓ ବାର୍ତ୍ତାରେ ଟ୍ବିଟର ଆକାଉଣ୍ଟରେ ସେୟାର କରିବା ସହ, କୋଭିଡ-19 ପଜିଟିଭ ଥିବା କହିଥିଲେ । ଗତ ଶନିବାର ଟେଷ୍ଟ କରାଇଥିଲେ ଓ କୌଣସି ଲକ୍ଷଣ ନଥିବା କହିଛନ୍ତି । ତେବେ ସେ ନିଜକୁ ସଂଗରୋଧରେ ରଖିଥିବା ସ୍ପଷ୍ଟ କରିଛନ୍ତି ।

ବୋଲ୍ଟ ଆଠ ଥର ଅଲମ୍ପିକ ଗୋଲ୍ଡ ମେଡାଲ ବିଜେତା ରହିଛନ୍ତି । ସେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଓ ଖ୍ୟାତନାମା ଆଥଲେଟ । ଏଥିସହିତ ବିଶ୍ବର ଦ୍ରୁତତମ ଧାବକ ରହିଛନ୍ତି । ବର୍ଷ 2009ରେ 100ମିଟର ଦୌଡକୁ ଅବିଶ୍ବସନୀୟ ଭାବେ ମାତ୍ର 9.58 ସେକେଣ୍ଡରେ ପହଞ୍ଚି ରେକର୍ଡ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 25, 2020, 3:56 PM IST

ABOUT THE AUTHOR

...view details