ନ୍ୟୁୟର୍କ:ଭାରତୀୟ ଅଭିଜ୍ଞ ଟେନିସ ତାରକା ରୋହନ ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନ ଯୋଡି ୟୁଏସ ପୁରୁଷ ଯୁଗଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଚଳିତ ୟୁଏସ ଓପନରେ କ୍ବାର୍ଟର ଫାଇନାଲରେ ଷଷ୍ଠ ମାନ୍ୟତାପ୍ରାପ୍ତ ରୋହନ ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନ ଆମେରିକା ଯୋଜି ନାଥାନିଏଲ ଲାମନ୍ସ ଓ ଜାକସନ ୱିଥ୍ରୋଙ୍କୁ 7-6 (12-10), 6-1 ସେଟରେ ପରାସ୍ତ କରିଛନ୍ତି । ଏହା ସହିତ ଏହି ଭାରତ ଅଷ୍ଟ୍ରେଲିଆ ଯୋଡି ଚଳିତ ବର୍ଷ ଲଗାତାର ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।
ୱିମ୍ବଲଡନରେ ଏହି ଯୋଡି ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଥିଲେ । ମାତ୍ର ୟୁଏସ ଓପନରେ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି ଏହି ଯୋଡି । ଶେଷ ଥର ଲାଗି 2010 ୟୁଏସ ଓପନ ଫାଇନାଲ ଖେଳିଥିଲେ ରୋହନ ବୋପାନ୍ନା । ୟୁଏସ ଓପନ ସେମିଫାଇନାଲରେ ବୋପାନ୍ନା- ଏବଡେନ ଫ୍ରାନ୍ସର ହୁଗାସ ହର୍ବର୍ତ ଓ ନିକୋଲାସ ମାହୁତଙ୍କୁ ଭେଟିବେ । ପ୍ରଥମ ଗେମ ସଂଘର୍ଷପୂର୍ଣ୍ଣ ରହିଥିଲା । ଟ୍ରାଇବ୍ରେକରରେ ପ୍ରଥମ ଗେମ ଫଇସଲା ହୋଇଥିଲା । ଦ୍ବିତୀୟ ଗେମରେ ଏହି ଯୋଡି କୌଣସି ତ୍ରୁଟି ନକରି 2 ବ୍ରେକ ପଏଣ୍ଟ ହାସଲ କରିଥିଲେ । ଏହି ମ୍ୟାଚ 1ଘଣ୍ଟା 30ମିନିଟ ଧରି ଚାଲିଥିଲା ।
ଏହା ବି ପଢନ୍ତୁ...US Open 2023: ସେମିରେ ହାରିଲା ଲକ୍ଷ୍ୟ ସେନ, ଆମେରିକା ଓପନରୁ ବାଦ