ନୂଆଦିଲ୍ଲୀ:ମଉଳିଲା ଲକ୍ଷ୍ୟ ସେନଙ୍କ ଆମେରିକା ଓପନ ସ୍ବପ୍ନ । କାନାଡା ଓପନର ପ୍ରତିଶୋଧ ନେଲେ ଚୀନ ସଟଲଟ ଲି ସି ଫେଙ୍ଗ । ଜୁଲାଇ 11 ତାରିଖରୁ ଆମେରିକାରେ ଚାଲିଥିବା ୟୁଏସ ଓପନ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ନିରାଶ ହୋଇଛନ୍ତି ଭାରତୀୟ ଷ୍ଟାର ସଟଲର ତଥା କନାଡା ଓପନ ଚମ୍ପିଆନ ଲକ୍ଷ୍ୟ ସେନ । ସେମିଫାଇନାଲରେ ଚୀନର ଲି ସି ଫେଙ୍ଗଙ୍କଠୁ 17-21, 24-22, 17-21 ସେଟରେ ପରାସ୍ତ ହୋଇଛନ୍ତି ସେନ ।
ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ବିଜେତା ଏବଂ ତୃତୀୟ ସିଡ ଖେଳାଳି ଲକ୍ଷ୍ୟ ସେନ ୟୁଏସ ଓପନରେ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଚୀନର ଲି ସି ଫେଙ୍ଗଙ୍କଠୁ ପରାସ୍ତ ହୋଇଛନ୍ତି । ଏହି ୟୁଏସ ସେମିଫାଇନାଲ ମ୍ୟାଚ 16 ମିନିଟ ଯାଏ ଚାଲିଥିଲା । ବିଶ୍ବ ମାନ୍ୟତାର 7 ନମ୍ବରରେ ଥିବା ଚୀନ ସଟଲର ଏବଂ 12 ନମ୍ବରରେ ଲକ୍ଷ୍ୟ ସେନଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଗେମ ଆରମ୍ଭରୁ ଦୁଇ ଖେଳାଳି 17 ପଏଣ୍ଟରେ ଥିଲେ । ଏହା ପରେ ଚୀନ ଖେଳାଳି ଜବରଦସ୍ତ କମବ୍ୟାକ କରି ଆକ୍ରମଣାତ୍ମକ ସଟ ଖେଳିଥିଲେ । ଲକ୍ଷ୍ୟ ସେନ କିଛି ତ୍ରୁଟି କରିଥିବାରୁ ତାଙ୍କର ୟୁଏସ ଓପନରୁ ଅଭିଯାନ ଶେଷ ହୋଇଛି ।
ଏହା ବି ପଢନ୍ତୁ...Canada Open 2023: ଏକକ ବର୍ଗରେ ଲକ୍ଷ୍ୟ ସେନ୍ ଚମ୍ପିଆନ