ଶ୍ରୀନଗର: ଖେଲୋ ଇଣ୍ଡିଆ ଉଇଣ୍ଟର ଗେମ୍ସ ଶୁକ୍ରବାର ଉତ୍ତର କାଶ୍ମୀରର ଗୁଲମର୍ଗରେ ଆରମ୍ଭ ହୋଇଯାଇଛି । କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିଂହ୍ନା ମଧ୍ୟ ସାମିଲ ହୋଇଥିଲେ । ଆସନ୍ତା ୫ଦିନ ଧରି କୁଲମର୍ଗରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ଜାରି ରହିବ । ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୧୫୦୦ରୁ ଅଧିକ ଖେଳାଳି ଏଥିରେ ସାମିଲ ହୋଇଛନ୍ତି । ମୋଟ ୧୧ଟି କ୍ରୀଡାରେ ସେମାନେ ଭାଗ ନେବେ ।
ଉଦଘାଟନୀ ଉତ୍ସବ ପରେ କ୍ରୀଡାମନ୍ତ୍ରୀ କହିଛନ୍ତି ଯେ, ''ଖେଳ ଦେଶକୁ ଏକତ୍ରିତ କରୁଛି । ଯେତେବେଳେ ଜଣେ ଖେଳାଳୀ ଅନ୍ତର୍ଜାତୀୟ ସ୍ତରରେ ମେଡାଲ ହାସଲ କରନ୍ତି ସେତେବେଳେ ସେ ଦେଶକୁ ଏକତ୍ରିତ କରିଥାନ୍ତି । ଟୋକିଓ ଅଲମ୍ପିକ୍ସରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଦୀର୍ଘ ୧୦୦ ବର୍ଷ ପରେ ଟୋକିଓ ଅଲମ୍ପିକରେ ଭାରତ ତରଫରୁ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହାକୁ ନେଇ ପୁରା ଦେଶରେ ଉତ୍ସବର ମାହୋଲ ଆରମ୍ଭ ହୋଇଥିଲା । ଗତ ବର୍ଷ ଭାରତୀୟ କ୍ରୀଡା ପାଇଁ ଏକ ଭଲ ବର୍ଷ ଥିଲା । କ୍ରୀଡାବିତ ମାନେ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିଲେ । ସମର ଅଲମ୍ପିକ୍ସ ଏବଂ ପାରାଲିମ୍ପିକ୍ସରେ ଆମେ ସର୍ବାଧିକ ସଂଖ୍ୟକ ପଦକ ଜିତିଛୁ । ବ୍ୟାଡମିଣ୍ଟନରେ ଲଗାତାର ପିଭି ସିନ୍ଧୁ ଲଗାତାର ଦୁଇଟି ଅଲିମ୍ପିକ୍ସ ପଦକ ଜିତିଥିଲେ ।''