ଭୁବନେଶ୍ବର: ଭାରତୀୟ କ୍ରୀଡା ଜଗତରେ ଝାଡଖଣ୍ଡ ନେତୃତ୍ବର କାହାଣୀ ସର୍ବଦା ପ୍ରେରଣାଦାୟୀ ରହିଆସିଛି । ଝାଡଖଣ୍ଡର ଏକ ଛୋଟିଆ ସହର ରାଞ୍ଚିରୁ ଆସି କିପରି ମହେନ୍ଦ୍ର ସିଂହ ଧୋନୀ ଭାରତ ସହ ବିଶ୍ବର ସଫଳତମ କ୍ରିକେଟ କ୍ୟାପଟେନ୍ ହୋଇଗଲେ ସମସ୍ତେ ଜାଣିଛନ୍ତି । ତେବେ ଝାଡଖଣ୍ଡର ଆଉଜଣେ ପ୍ରତିଭାବାନ ଝିଅର ସଂଘର୍ଷର କାହାଣୀ ଜାଣିଲେ ଆପଣଙ୍କ ହୃଦୟ ଥରିଉଠିବ, ଯିଏକି ଏବେ ଭାରତୀୟ ୧୭ ବର୍ଷରୁ କମ ମହିଳା ବିଶ୍ବକପ ଟିମର କ୍ୟାପଟେନ ଅଛନ୍ତି ।
ଝାଡଖଣ୍ଡର ମାଓ ପ୍ରଭାବିତ ଜିଲ୍ଲା ଗୁମଲା ଜିଲ୍ଲାର ନିହାତି ମଫସଲି ଗାଁ ଗୋରାଟୋଲିର ଆଦିବାସୀ ଝିଅ ଆସ୍ତମ ଓରାଅନ(Astam Oraon ) ଏବେ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ବରରେ ହେଉଥିବା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପରେ(U17 women's World Cup) ଭାରତୀୟ ଟିମର ନେତୃତ୍ବ ନେଉଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଏହି ଅଞ୍ଚଳରେ ମାଓବାଦୀଙ୍କ ସକ୍ରିୟ ପ୍ରଭାବ ଅଧିକ ମାତ୍ରାରେ ରହିଥିବାରୁ ଏହି ଅଞ୍ଚଳ ରେଡ୍ ଜୋନ୍ରେ ରହିଛି ।
ଭାରତୀୟ ଟିମ ପ୍ରଥମ ଥର ୧୭ ବର୍ଷରୁ କମ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଖେଳୁଛି । ମାତ୍ର ଆୟୋଜକ ଟିମ ପାଇଁ ଆରମ୍ଭ ଭଲ ହୋଇନାହିଁ । ପ୍ରଥମ ମ୍ୟାଚ୍ରେ ଆମେରିକା ଠାରୁ ବଡ ପରାଜୟ ଭୋଗିଛି । ଏହି ମ୍ୟାଚ୍ରେ ଭାରତ କୌଣସି ଗୋଲ୍ କରିପାରିନଥିଲା ଓ ୦-୮ର ବଡ ବ୍ୟବଧାନରେ ପରାସ୍ତ ହୋଇଥିଲା । ତେବେ ଶୁକ୍ରବାର(ଅକ୍ଟୋବର ୧୪) ଭାରତ ମରକ୍କୋ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ମ୍ୟାଚ୍ ଖେଳିବ ।
ଗୋଲାଟୋଲିର ଆଜି ଗୋଲ୍ ସ୍କୋର କରିବ, ଯେତେବେଳେ ମାଟିର ଝିଅ ଦ୍ବିତୀୟ ମ୍ୟାଚ୍ରେ ଭାରତରେ ନେତୃତ୍ବ ନେବେ । ଗୋଲାଟୋଲି କିଛି ମାସ ତଳେ ଚର୍ଚ୍ଚାର ବିଷୟ ପାଲଟିଥିଲା, ଯେବେ ଭାରତୀୟ ସିନିୟର ଟିମରେ ଆସ୍ତମଙ୍କ ଚୟନ ହୋଇଥିଲା । ଏହି ଚର୍ଚ୍ଚା ଆହୁରି ବଢିଥିଲା ଯେବେ ସେ ଗତ ସପ୍ତାହରେ ୧୭ବର୍ଷରୁ କମ ଭାରତୀୟ ଟିମର କ୍ୟାପଟେନ ନିଯୁକ୍ତ ହୋଇଥିଲେ ।
ଆସ୍ତମ ଏବେ କ୍ୟାରିୟରର ପ୍ରଥମ ପାହାଚରେ ରହିଛନ୍ତି । ତେବେ ତାଙ୍କର ଚମତ୍କାର ପ୍ରତିଭା ବିକାଶ ଠାରୁ ବହୁ ଦୂରରେ ଥିବା ତାଙ୍କ ଜନ୍ମମାଟି ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ଗୁମଲା ଜିଲ୍ଲା ପ୍ରଶାସନ ୨କୋଟି ଟଙ୍କାର ଏକ ଫୁଟବଲ ଷ୍ଟାଡିୟମ ଆସ୍ତମଙ୍କ ନାଁରେ ନାମିତ କରିଛନ୍ତି ଓ ଗାଁକୁ ସବୁଦିନିଆ ପକ୍କା ରାସ୍ତା କରିଛନ୍ତି । ଅନ୍ୟଅର୍ଥରେ କହିବାକୁ ଗଲେ, ଆସ୍ତମ ଏବେ ତାଙ୍କ ଗାଁ ପାଇଁ ବିକାଶର ପଦଚିହ୍ନ ପାଲଟିଛନ୍ତି ।
ଗୁମଲା ଡେପୁଟି କମିଶନର ସୁଶାନ୍ତ ଗୌରବ କହିଛନ୍ତି, "ଏହା ସେହି ଝିଅମାନଙ୍କୁ ଓ ସେମାନଙ୍କର ପରିବାର ଲୋକଙ୍କୁ ପ୍ରେରିତ କରିବ ଯେ ବଡ ସ୍ବପ୍ନ ଦେଖିବା ଭୁଲ୍ ନୁହେଁ । ଆସ୍ତମଙ୍କ ନାଁରେ ଷ୍ଟାଡିୟମ ଅନ୍ୟ ଝିଅଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ଓ ଖେଳପ୍ରତି ଆକୃଷ୍ଟ କରିବ ।" କିଛିମାସ ତଳେ ମଧ୍ୟ ରାଜ୍ୟ ଅଧିକାରୀ ଆସ୍ତମ ସିନିୟର ଟିମରେ ଚୟନ ହେବାପରେ ତାଙ୍କର ଗାଁକୁ ଗସ୍ତ କରିଥିଲେ ଓ ତାଙ୍କର ବାପା ହିରାଲାଲ ଓରାଅନ ଓ ମାଆ ତାରା ଦେବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ବାପ ମାଆ ଦିନ ମଜୁରିଆ: