ଓଡିଶା

odisha

By

Published : Apr 19, 2019, 8:36 PM IST

ETV Bharat / sports

ଏସିଆନ ଚମ୍ପିଆନସିପ: ପ୍ରି-କ୍ବାର୍ଟରରେ ଦୁଇ ଭାରତୀୟ ବକ୍ସର

ନ୍ୟାସନାଲ ବକ୍ସିଂ ଚମ୍ପିଆନ ଦୀପକ (49କେଜି) ଓ ରୋହିତ ଟୋକାସ (64କେଜି) ବର୍ଗରେ ଦମଦାର ବିଜୟ ସହ ଏସିଆନ ଚମ୍ପିଆନସିପର ପ୍ରି-କ୍ବାର୍ଟର ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ବ୍ୟାଙ୍କକ: ଏଠାରେ ଚାଲିଥିବା ଏସିଆନ ଚମ୍ପିଆନସିପର କ୍ବାଲିଫାୟର ପର୍ଯ୍ୟାୟରେ ଯୋଗ୍ୟତା ହାସଲ କରିଛନ୍ତି ଦୁଇ ଭାରତୀୟ ବକ୍ସର । ନ୍ୟାସନାଲ ଚାମ୍ପିଆନ ଦୀପକ (49କେଜି) ଓ ରୋହିତ ଟୋକାସ(64କେଜି) ବର୍ଗରେ ଦମଦାର ବିଜୟ ସହ ଟୁର୍ଣ୍ଣାମେଣ୍ଟର ପ୍ରି-କ୍ବାର୍ଟର ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଦୀପକ ଭେଟରାନ ଲୋଇ ବୁଇ କୋଙ୍ଗ ଡାନଙ୍କୁ ପରାସ୍ତ କରିଥିବା ବେଳେ ରୋହିତ ତାଇୱାନର ଚୁ-ୟେନ ଲାଇଙ୍କୁ ଏକା ସ୍କୋରରେ ପରାସ୍ତ କରିଛନ୍ତି। ତେବେ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ଓପନିଂ ସେସନରେ ଏହି ଦୁଇ ଭାରତୀୟ ବକ୍ସର ଦମଦାର ଖେଳ ପ୍ରଦର୍ଶନ କରି ଅନ୍ତିମ-୧୬ରେ ସ୍ଥାନ ପକ୍କା କରିଛନ୍ତି ।

For All Latest Updates

ABOUT THE AUTHOR

...view details