ଓଡିଶା

odisha

ETV Bharat / sports

Padma Awards 2022: ପ୍ରଥମ ପାରାବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ପ୍ରମୋଦଙ୍କୁ ପ୍ରଦ୍ମଶ୍ରୀ

ଟୋକିଓ ପାରାଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ମିଳିଲା ସମ୍ମାନଜନକ 'ପ୍ରଦ୍ମଶ୍ରୀ' ପୁରସ୍କାର । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ପଦ୍ମ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଦ୍ମଶ୍ରୀ ସମ୍ମାନରେ ପ୍ରମୋଦଙ୍କୁ ସମ୍ମାନିତ କରିଛନ୍ତି । ଅଧିକ ପଢନ୍ତୁ

Tokyo Paralympics gold medalist shuttler Pramod Bhagat receives Padma Shri award from President Ram Nath Kovind
ପ୍ରମୋଦ ଭଗତଙ୍କୁ ପ୍ରଦ୍ମଶ୍ରୀ

By

Published : Mar 28, 2022, 5:49 PM IST

Updated : Mar 28, 2022, 8:35 PM IST

ନୂଆଦିଲ୍ଲୀ: ଟୋକିଓ ପାରାଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ମିଳିଲା ସମ୍ମାନଜନକ 'ପ୍ରଦ୍ମଶ୍ରୀ' ପୁରସ୍କାର । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ପଦ୍ମ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଦ୍ମଶ୍ରୀ ସମ୍ମାନରେ ପ୍ରମୋଦଙ୍କୁ ସମ୍ମାନିତ କରିଛନ୍ତି ।

ଷ୍ଟାର ଭାରତୀୟ ଆଥଲେଟ୍‌ ପ୍ରମୋଦଙ୍କୁ ଅକ୍ଟୋବର ୨୦୨୧ରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଫଳରେ ପ୍ରମୋଦ ସମ୍ମାନଜକ ପ୍ରଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାରେ ପ୍ରଥମ ପାରା-ବ୍ୟାଡ୍‌ମିଣ୍ଟନ ଆଥଲେଟ୍‌ ହୋଇଛନ୍ତି ।

ପଦ୍ମ ପୁରସ୍କାର ତିନୋଟି ବର୍ଗରେ-(ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ) ପ୍ରଦାନ କରାଯାଇଥାଏ । ପଦ୍ମ ବିଭୁଷଣ ସମ୍ମାନ ଅସାଧାରଣ ଓ ଅତିଉତ୍କୃଷ୍ଟ ସେବା ପାଇଁ ମିଳିଥାଏ । ଏହି ପୁରସ୍କାର ବିଭିନ୍ନ କ୍ଷେତ୍ର ଯେପରକି- କଳା, ସାମାଜିକ କାର୍ଯ୍ୟ, ଜନସଂପର୍କ, ବିଜ୍ଞାନ, ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡା ଓ ନାଗରିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମିଳିଥାଏ । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଏହି ପୁରସ୍କାର ଘୋଷଣା କରାଯାଏ । ପରେ ରାଷ୍ଟ୍ରପତି ଭବନରେ ଏକ ଭବ୍ୟ ଉତ୍ସବରେ ପୁରସ୍କାର ପ୍ରଦାନ କରିଥାନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଚଳିତ ବର୍ଷ ୧୨୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି ।

ANI

Last Updated : Mar 28, 2022, 8:35 PM IST

ABOUT THE AUTHOR

...view details