ଓଡିଶା

odisha

ETV Bharat / sports

Tokyo Paralympics: ଭାରତ ପାଇଁ ପଦକ ବର୍ଷା, ବ୍ୟାଡମିଣ୍ଟନ SL6ରେ ସ୍ବର୍ଣ୍ଣ ଜିତିଲେ କ୍ରିଷ୍ଣା

ଅନ୍ତିମ ଦିନରେ ଭାରତ ପାଇଁ ପଦକ ପରେ ପଦକ ବର୍ଷା ହେବାର ଲାଗିଛି । ପ୍ରଥମେ ବ୍ୟାଡମିଣ୍ଟନ ଏସଏଲ୪ରେ ସୁହାସଙ୍କୁ ରୌପ୍ୟ ପରେ ପୁଣି ବ୍ୟାଡମିଣ୍ଟନରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ଭେଟି ଦେଇଛନ୍ତି କ୍ରିଷ୍ଣା ନାଗର । ଅଧିକ ପଢନ୍ତୁ...

ଭାରତ ପାଇଁ ପଦର ବର୍ଷା, ବ୍ୟାଡମିଣ୍ଟନ SL6ରେ ସ୍ବର୍ଣ୍ଣ ଜିତିଲେ କ୍ରିଷ୍ଣା
ଭାରତ ପାଇଁ ପଦର ବର୍ଷା, ବ୍ୟାଡମିଣ୍ଟନ SL6ରେ ସ୍ବର୍ଣ୍ଣ ଜିତିଲେ କ୍ରିଷ୍ଣା

By

Published : Sep 5, 2021, 10:29 AM IST

Updated : Sep 5, 2021, 11:51 AM IST

ଟୋକିଓ: ପାରାଲିମ୍ପିକ୍ସରେ ଜାରି ରହିଛି ଭାରତର ଜବରଦସ୍ତ ଜଲୱା । ଅନ୍ତିମ ଦିନରେ ଭାରତ ପାଇଁ ପଦକ ପରେ ପଦକ ବର୍ଷା ହେବାର ଲାଗିଛି । ପ୍ରଥମେ ବ୍ୟାଡମିଣ୍ଟନ ଏସଏଲ୪ରେ ସୁହାସଙ୍କୁ ରୌପ୍ୟ ପରେ ପୁଣି ବ୍ୟାଡମିଣ୍ଟନରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ଭେଟି ଦେଇଛନ୍ତି କ୍ରିଷ୍ଣା ନାଗର ।

ପୁରୁଷ ଏକକ ସିଙ୍ଗଲ୍ସ ଏସଏଲ-୬ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି କ୍ରିଷ୍ଣା ନାଗର । ଫାଇନାଲରେ ହଂକଂର କାଇ ମ୍ୟାନ ଚୁଆଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି କ୍ରିଷ୍ଣା । ଗତକାଲି କ୍ରିଷ୍ଣା ନାଗର । ଏସ୍‌ଏଚ୍‌-୬ ଏକକ ପୁରୁଷ ବର୍ଗର ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବାକୁ ଯୋଗ୍ୟତା ଅର୍ଜନ କରିଥିଲେ । ସେମି ଫାଇନାଲରେ ଗ୍ରେଟ ବ୍ରିଟେନର କ୍ରାୟଷ୍ଟେନ କୋମ୍ବସଙ୍କୁ ୨୧-୧୦ ଓ ୨୧-୧୧ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ କ୍ରିଷ୍ଣା ଏବଂ ଭାରତ ପାଇଁ ଏକ ପଦକ ନିଶ୍ଚିତ କରିଥିଲେ । ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି କ୍ରିଷ୍ଣା ।

୪୩ ମିନିଟ ଧରି ଖେଳ ଚାଲିଥିଲା । ଏଥିରେ ସେ ୨୧-୧୭,୧୬-୨୧,୨୧-୧୭ ସେଟରେ ହଂକଂ ଖେଳାଳିଙ୍କୁ ହରାଇଛନ୍ତି । ଫଳ ସୂରୁପ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି । ଏହି ପଦକକୁ ମିଶାଇ ଭାରତ ପଦକ ସଂଖ୍ୟା ୧୯କୁ ବୃଦ୍ଧି ହୋଇଛି । ଭାରତ ୫ଟି ସ୍ବର୍ଣ୍ଣ ପଦକ ହାସଲ କରିଛି । କ୍ରିଷ୍ଣାଙ୍କର ଏହି ସଫଳତା ପାଇଁ ତାଙ୍କୁ ରାଷ୍ଟ୍ରପତି ରମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Sep 5, 2021, 11:51 AM IST

ABOUT THE AUTHOR

...view details