ଟୋକିଓ: ଭାରତୀୟ ପୁରୁଷ ଜାଭଲିନର ଥ୍ରୋ ଇଭେଣ୍ଟ ଯୋଗ୍ୟତା ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତର ନିରଜ ଚୋପ୍ରା ଚମତ୍କାର ପଦର୍ଶନ କରିଛନ୍ତି । ପ୍ରଥମ ପ୍ରୟାସରେ ୮୬.୬୫ମଟିର ଦୂର ଜାଭଲିନ ଥ୍ରୋ କରି ସିଧାସଳଖ ଫାଇନାଲକୁ ପ୍ରବେଶ କରିଛନ୍ତି ନିରଜ ।
ଏହି ଖେଳରେ ପ୍ରତି ଖେଳାଳିଙ୍କୁ ୩ ଥର ଜାଭଲିନ ଥ୍ରୋ କରିବାର ସୁଯୋଗ ମିଳିଥାଏ । ଏଥିରେ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳି ଫାଇନାଲକୁ ପ୍ରବେଶ କରିଥାନ୍ତି । ଯଦିଓ ଏହା ପ୍ରଥମ ଯୋଗ୍ୟତା ରାଉଣ୍ଡ ଯେଉଁଥିରେ 16 ଖେଳାଳି ଖେଳୁଛନ୍ତି ଏବଂ ନିରଜ ପ୍ରଥମ ପ୍ରୟାସରେ 86.65 ମିଟର ଦୂରତା ଅତିକ୍ରମ କରି ଯୋଗ୍ୟତା ଅର୍ଜନ କରିଥିବାବେଳେ 83 ମିଟର ଦୂରତା ଅତିକ୍ରମ କରିବାର ଆବଶ୍ୟକତା ଥିଲା । ଏହାର ଅର୍ଥ ହେଉଛି ବାକି 2ଟି ପ୍ରୟାସରେ ନିରଜ କୌଣସି ପ୍ରୟାସ କରିବେ ନାହିଁ ।