ଓଡିଶା

odisha

ETV Bharat / sports

Tokyo Olympics: ଡିସକସ୍‌ ଥ୍ରୋ ଫାଇନାଲରେ କମଲପ୍ରୀତ, ନିରାଶ କଲେ ସୀମା - Tokyo Olympics 2021

ଗ୍ରୁପ Bରେ ଦ୍ବିତୀୟ ସ୍ଥାନରେ ରହିବା ସହ କମଲପ୍ରୀତ ନିଜର ତିନୋଟି ପ୍ରୟାସରେ ୬୦.୨୯, ୬୩.୯୭, ୬୪.୦୦ ମିଟର ଫିଙ୍ଗିଛନ୍ତି । ଅଧିକ ପଢନ୍ତୁ...

Tokyo Olympics, Day 9: Discus thrower Kamalpreet Kaur qualifies for finals
Tokyo Olympics, Day 9: ଡିସକସ୍‌ ଥ୍ରୋ ଫାଇନାଲରେ କମଲପ୍ରିତ କୌର

By

Published : Jul 31, 2021, 9:30 AM IST

Updated : Jul 31, 2021, 9:38 PM IST

ଟୋକିଓ: ଚଳିତ ଟୋକିଓ ଅଲମ୍ପିକ୍‌ର ନବମ ଦିନରେ ଭାରତର ଡିସକସ୍‌ ଥ୍ରୋ ଖେଳାଳି କମଲପ୍ରୀତ କୌର ଦମଦାର ପ୍ରଦର୍ଶନ କରିଛନ୍ତି । ଗ୍ରୁପ Bରେ ଦ୍ବିତୀୟ ସ୍ଥାନରେ ରହିବା ସହ କମଲପ୍ରିତ ନିଜର ତିନୋଟି ପ୍ରୟାସରେ ୬୦.୨୯, ୬୩.୯୭, ୬୪.୦୦ ମିଟର ଫିଙ୍ଗିଛନ୍ତି ।

ଅନ୍ୟପଟେ ଭେଟେରାନ ଡିସକସ ଥ୍ରୋଅର ସୀମା ପୁନିଆ 16ତମ ସ୍ଥାନରେ ରହିଛନ୍ତି । ଡିସକସ୍‌ ନେଟ୍‌କୁ ଲାଗିବା ଫଳରେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ତାଙ୍କର ପ୍ରଥମ ପ୍ରୟାସକୁ ଅବୈଧ ଘୋଷଣା ହୋଇଥିଲା । ଦ୍ବିତୀୟ ପ୍ରୟାସରେ ସେ ୬୦.୫୭ ମିଟର, ତୃତୀୟ ପ୍ରୟାସରେ ୫୮.୯୩ ମିଟର ଫିଙ୍ଗିଥିଲେ ।

ନିୟମ ଅନୁଯାୟୀ, ଫାଇନାଲକୁ ସିଧାସଳଖ ଉନ୍ନୀତ ହେବାକୁ ଆଥଲେଟଙ୍କୁ ୬୪ ମିଟର ପିଙ୍ଗିବାକୁ ହେବ କିମ୍ବା ଉଭୟ । ଗ୍ରୁପର ଶୀର୍ଷ ୬ ମଧ୍ୟରେ ରହିବାକୁ ହେବ ।

ପୂର୍ବରୁ ଭେଟେରାନ ଆଥଲେଟ୍‌ ପୁନିଆ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚମ୍ପିଆନସିପରେ ୬୩.୭୦ ମିଟର ଫିଙ୍ଗି ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2021, 9:38 PM IST

ABOUT THE AUTHOR

...view details