ଓଡିଶା

odisha

By

Published : Aug 7, 2021, 10:47 AM IST

Updated : Aug 7, 2021, 2:29 PM IST

ETV Bharat / sports

Tokyo Olympics: ଚତୁର୍ଥ ସ୍ଥାନରେ ରହିଲେ ଗୋଲଫ୍‌ର ଅଦିତି, ଅଳ୍ପକେ ପଦକରୁ ବଞ୍ଚିତ

ଭାରତୀୟ ଗୋଲଫ୍‌ର ଅଦିତି ଅଶୋକ ଟୋକିଓ ଅଲମ୍ପିକ୍‌ର ମହିଳା ବ୍ୟକ୍ତିଗତ ଗୋଲ୍‌ଫ ପ୍ରତିଯୋଗିତାର ଚତୁର୍ଥ ସ୍ଥାନରେ ରହିଲେ । ଅଧିକ ପଢନ୍ତୁ...

Tokyo Olympics: ଚତୁର୍ଥ ସ୍ଥାନରେ ରହିଲେ ଗୋଲଫ୍‌ର ଅଦିତି, ଅଳ୍ପକେ ପଦକରୁ ବଞ୍ଚିତ
Tokyo Olympics: ଚତୁର୍ଥ ସ୍ଥାନରେ ରହିଲେ ଗୋଲଫ୍‌ର ଅଦିତି, ଅଳ୍ପକେ ପଦକରୁ ବଞ୍ଚିତ

ଟୋକିଓ: ଭାରତୀୟ ଗୋଲଫ୍‌ର ଅଦିତି ଅଶୋକ ଟୋକିଓ ଅଲମ୍ପିକ୍‌ର ମହିଳା ବ୍ୟକ୍ତିଗତ ଗୋଲ୍‌ଫ ପ୍ରତିଯୋଗିତାର ଚତୁର୍ଥ ସ୍ଥାନରେ ରହିଲେ । ଗତ ୪ ଦିନ ଧରି ଲଗାତାର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲ ରାଉଣ୍ଡରେ ତାଙ୍କୁ ଭାଗ୍ୟର ସାଥ୍‌ ମିଳିନଥିଲା । ଫଳରେ ଚତୁର୍ଥ ସ୍ଥାନରେ ରହି ପଦକ ବିଜୟରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି ଭାରତର ଏହି ଯୁବ ମହିଳା ଗୋଲ୍‌ଫର । ଏହି ଖେଳରେ ଭାରତପାଇଁ ପ୍ରଥମ ଅଲମ୍ପିକ ପଦକ ଦେବାର କିର୍ତ୍ତୀମାନ ନିଜ ନାମରେ କରିବାର ଅତି ନିକଟତର ଥିଲେ ଅଦିତି ।

ତୃତୀୟ ସ୍ଥାନ ପାଇଁ ନ୍ୟୁଜିଲାଣ୍ଡର ଲିଦିଆ କୋ ଓ ଅଦିତିଙ୍କ ମଧ୍ୟରେ କଡା ପ୍ରତିନ୍ଦ୍ବନ୍ଦୀତା ହୋଇଥିଲା । ଶେଷରେ ବାଜିମାରିନେଇଥିଲେ କିୱି ଖେଳାଳି ।

ବିଶ୍ବ ମହିଳା ଗୋଲ୍‌ଫର ୨୦୦ତମ ସ୍ଥାନରେ ଥିବା ଅଦିତି, ଦେଶ ପାଇଁ ଅଲମ୍ପିକ ପଦକ ଜିତିବାର ବହୁ ନିକଟତର ଥିଲେ । ତୃତୀୟ ରାଉଣ୍ଡରେ ଅବିଶ୍ବସନୀୟ ପ୍ରଦର୍ଶନ ସହ ଫାଇନାଲ୍‌ ରାଉଣ୍ଡ ଖେଳାଯିବା ପୂର୍ବରୁ ଦ୍ବିତୀୟ ସ୍ଥାନରେ ରହିଥିଲେ ।

୨୩ ବର୍ଷିୟା ଅଦିତି, ସଂପୂର୍ଣ୍ଣ ପ୍ରତିଯୋଗିତା ସହ ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ ପ୍ଲେ ଇଭେଣ୍ଟର ଫାଇନାଲ ରାଉଣ୍ଡରେ ଭାରତକୁ ଏକ ପଦକ ଦେବାକୁ ନିଜର ଏକାଗ୍ରତା ଓ ସ୍ଥିର ପ୍ରଦର୍ଶନ ବଜାୟ ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 7, 2021, 2:29 PM IST

ABOUT THE AUTHOR

...view details