ଟୋକିଓ:ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ ୧୦୦ ମିଟର ବଟରଫ୍ଲାଏ ଇଭେଣ୍ଟର ହିଟ୍ ୨ରେ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି । ମାତ୍ର ଚଳିତ ଟୋକିଓ ଅଲମ୍ପିକରେ ଏହି ଇଭେଣ୍ଟର ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି ।
ଘାନାର ଅବେକୁ ଜାକସନ ୫୩.୩୯ଙ୍କ ସମୟ ନେଇଥିବାବେଳେ କେରଳର ସାଜନ ପ୍ରକାଶ ୫୩.୪୫ ସେକେଣ୍ଡ ସମୟ ନେଇଥିଲେ । ୧୦୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ମୋଟ ୮ଟି ହିଟ୍ ହୋଇଥିଲା ।