ଜୋହାନ୍ସବର୍ଗ(ଦକ୍ଷିଣ ଆଫ୍ରିକା):ଜୁନିୟର ମହିଳା ହକି ବିଶ୍ବକପ(Junior Hockey Women's World Cup) ସେମିଫାଇନାଲରେ ଭାରତ । କ୍ବାର୍ଟର-ଫାଇନାଲରେ ଭାରତୀୟ ମହିଳା ହକି ଟିମର ଜବରଦସ୍ତ ବିଜୟ । କୋରିଆକୁ ୩-୦ଗୋଲ୍ରେ ହରାଇ ସେମିଫାଇନାଲ ଟିକେଟ ହାତେଇଲା ସାଲିମା ଟେଟେଙ୍କ ନେତୃତାଧୀନ ମହିଳା ଜୁନିୟର ହକି ଟିମ ଇଣ୍ଡିଆ ।
ଜୁନିୟର ମହିଳା ହକି ବିଶ୍ବକପ ସେମିଫାଇନାଲରେ ଭାରତ
କ୍ବାର୍ଟର-ଫାଇନାଲରେ କୋରିଆକୁ ୩-୦ଗୋଲ୍ରେ ହରାଇ ଜୁନିୟର ମହିଳା ହକି ବିଶ୍ବକପ ସେମିଫାଇନାଲରେ ଭାରତ । ଅଧିକ ପଢନ୍ତୁ
ଶେଷଥର ପାଇଁ ଭାରତୀୟ ଜୁନିୟର ମହିଳା ଟିମ ବର୍ଷ ୨୦୧୩ରେ FIH ଜୁନିୟର ମହିଳା ବିଶ୍ବକପର ଶୀର୍ଷ ୪କୁ ଉନ୍ନୀତ ହୋଇଥିଲା । ସେବେ ବ୍ରୋଞ୍ଜ ପଦକ ସହ ଭାରତୀୟ ଟିମ ସନ୍ତୁଷ୍ଟ ହୋଇଥିଲା ।
କ୍ବାର୍ଟର-ଫାଇନାଲ ମୁକାବିଲାରେ ଭାରତ ଆରମ୍ଭରୁ ସକରାତ୍ମକ ରଣନୀତି ସହ ଖେଳିଥିଲା । ମ୍ୟାଚ୍ ଆରମ୍ଭର ଏକାଦଶତମ ମିନିଟ୍ରେ ମୁମତାଜ ଖାନ ପ୍ରଥମ ଗୋଲ୍ କରିବା ପରେ ଭାରତ ୧-୦ରେ ଆଗୁଆ ହୋଇଥିଲା । ଏହାର ଠିକ୍ ୪ ମିନିଟ୍ରେ ଲାଲ୍ରିନ୍ଦିକି ପଞ୍ଚଦଶ ମିନିଟ୍ରେ ଆଉ ଏକ ଗୋଲ୍ କରିବା ପରେ ସ୍କୋର ୨-୦ ହୋଇଥିଲା । ଏହାପରେ ୪୧ତମ ମିନିଟ୍ରେ ସଙ୍ଗୀତା କୁମାରୀ ତୃତୀୟ ଗୋଲ୍ କରିଥିଲେ ଓ ଗୋଲ୍କିପର ବିଚୁଦେବୀ ପୁଣିଥରେ ନିଜର ଦମଦାର ପ୍ରଦର୍ଶନ ସହ ପ୍ରତିପକ୍ଷ ଟିମର ସମସ୍ତ ପ୍ରୟାସକୁ ବିଫଳ କରିଥିଲେ । ଫଳରେ ୩-୦ରେ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା ଟିମ ଇଣ୍ଡିଆ ।