ଓଡିଶା

odisha

By

Published : Apr 18, 2022, 12:54 PM IST

ETV Bharat / sports

ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆଖି ବୁଜିଲେ ଟେବୁଲ ଟେନିସ ଖେଳାଳି

ଆଖି ବୁଜିଲେ ଯୁବ ଟେବୁଲ ଟେନିସ୍‌ ଖେଳାଳି ବିଶ୍ବା ଦିନଦୟାଲନ୍‌। ରବିବାର ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ସେ ୮୩ତମ ସିନିୟର ନ୍ୟାସନାଲ ଏବଂ ଇଣ୍ଟର-ଷ୍ଟେଟ ଟେବୁଲ ଟେନିସ ଚାମ୍ପିୟନସିପରେ ଭାଗ ନେବା ପାଇଁ ଗୁଆହାଟିରୁ ସିଲଂ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ

ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆଖି ବୁଜିଲେ ଟେବୁଲ ଟେନିସ ଖେଳାଳି
ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆଖି ବୁଜିଲେ ଟେବୁଲ ଟେନିସ ଖେଳାଳି

ଚେନ୍ନାଇ: ଆଖି ବୁଜିଲେ ଯୁବ ଟେବୁଲ ଟେନିସ୍‌ ଖେଳାଳି ବିଶ୍ବା ଦିନଦୟାଲନ୍‌ । ରବିବାର ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ସେ ୮୩ତମ ସିନିୟର ନ୍ୟାସନାଲ ଏବଂ ଇଣ୍ଟର-ଷ୍ଟେଟ ଟେବୁଲ ଟେନିସ ଚାମ୍ପିୟନସିପରେ ଭାଗ ନେବା ପାଇଁ ଗୁଆହାଟିରୁ ସିଲଂ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବିଶ୍ବାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଡାକ୍ତରଙ୍କ କହିବାନୁସାରେ, ଏହି ତିନିଜଣଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେମାନେ ବିପଦ ମୁକ୍ତ ଅଛନ୍ତି ।

ମେଘାଳୟ ଟେବୁଲ ଟେନିସ ସଂଘ କହିଛି କି, ଡାକ୍ତରଖାନା ଯିବା ବାଟରେ ବିଶ୍ବାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଖେଳାଳିଙ୍କୁ ଉତ୍ତର ପୂର୍ବାଞ୍ଚଳ ଇନ୍ଦିରା ଗାନ୍ଧୀ ଆଞ୍ଚଳିକ ସ୍ବାସ୍ଥ୍ୟ ଏବଂ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି । MTTA ଉପାଧ୍ୟକ୍ଷ ବ୍ରୁସ୍ ପି ​​ମାରାକ୍ ଏବଂ ସାଧାରଣ ସମ୍ପାଦକ ଚିରଞ୍ଜୀବ ଚୌଧୁରୀ ଜଣେ ଦକ୍ଷ ତଥା ପ୍ରତିଭାବାନ ଟେବୁଲ୍ ଟେନିସ୍ ଖେଳାଳିଙ୍କୁ ହରାଇ ଶୋକ ବ୍ୟକ୍ତ କରିଛନ୍ତି ।

କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ବିଶ୍ବାଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି । ରିଜିଜୁ ଟୁଇଟ୍ କରି କହିଛନ୍ତି, ‘ତାମିଲନାଡୁର ଜଣେ ଯୁବ ଟେବୁଲ୍ ଟେନିସ୍ ଖେଳାଳି ଦିନଦୟାଲନ୍ ବିଶ୍ବାଙ୍କର ମେଘାଳୟର ରି-ଭୋଇରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଖବର ଅତ୍ୟନ୍ତ ଦୁଃଖଦାୟକ । ସେ ୮୩ତମ ସିନିୟର ନ୍ୟାସନାଲ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌ରେ ଭାଗ ନେବାକୁ ସିଲଂକୁ ଯାଉଥିଲେ । ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା।’

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details