ଓଡିଶା

odisha

By

Published : Jan 29, 2022, 1:26 PM IST

Updated : Jan 29, 2022, 1:36 PM IST

ETV Bharat / sports

Odisha Open: ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା

ଓଡି଼ଶା ଓପନରେ ଶେଷ ହୋଇଛି ଓଡି଼ଶା ଅଭିଯାନ । BWF ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ସେମିଫାଇନାଲ ପରାସ୍ତ ହୋଇଛନ୍ତି ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା । ଅଧିକ ପଢନ୍ତୁ

Odisha Open: ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା
Odisha Open: ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା

କଟକ:BWF ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ସେମିଫାଇନାଲ । ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା (Swetaparna Panda) । ବାଲକେଶରୀ ଯାଦବ ଓ ଶ୍ବେତପର୍ଣ୍ଣାଙ୍କ ଯୋଡ଼ି ଅର୍ଜୁନ ଏମ.ଆର ଓ ତ୍ରିଶା ଜଲିଙ୍କ ଯୋଡି ଠାରୁ 2-0 ସେଟରେ ପରାସ୍ତ ହୋଇଥିବା ଜଣାପଡ଼ିଛି । ଫଳରେ ଓଡ଼ିଶା ଓପନ(Odisha Open2022)ରେ ଓଡ଼ିଶାର ଅଭିଯାନ ଶେଷ ହୋଇଛି ।

Odisha Open: ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା

ଏହା ବି ପଢନ୍ତୁ: Odisha Open: ସେମିଫାଇନାଲରେ ଓଡିଆ ଝିଅ ଶ୍ବେତପର୍ଣ୍ଣା

ଶ୍ବେତପର୍ଣ୍ଣା ପରାସ୍ତ ହେବା ପରେ ବିଡବ୍ଲ୍ୟୁଏଫ ସୁପର 100ରେ ଓଡ଼ିଆଙ୍କ ପ୍ରତିନିଧିତ୍ବ ଶେଷ ହୋଇଛି । ପ୍ରଥମ ଓଡ଼ିଆ ଭାବେ BWF ସୁପର 100ର ସେମିଫାଇନାଲରେ ପ୍ରବେଶ କରିଥିଲେ ଶ୍ବେତପର୍ଣ୍ଣା । ତେବେ ଓଡିଶାରୁ ମୋଟ 5 ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହା ଶ୍ବେତପର୍ଣ୍ଣାଙ୍କ ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ସେ ପ୍ରଥମ ଓଡିଆ ଝିଅ ଭାବେ BWF ସୁପର ୧୦୦ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 29, 2022, 1:36 PM IST

ABOUT THE AUTHOR

...view details