ହାଇଦ୍ରାବାଦ:ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ 2018 ସଂସ୍କରଣରେ ସ୍ବର୍ଣ୍ଣ ପଦକ ବିଜେତା 26 ବର୍ଷୀୟ ସ୍ବପ୍ନା ବର୍ମନ ଏକ ଅଭିଯୋଗ ଆଣିଛନ୍ତି । ସାଥୀ ଟ୍ରାନ୍ସଜେଣ୍ଡର ପ୍ରତିଯୋଗୀଙ୍କଠୁ ହାରିବାରୁ ବ୍ରୋଞ୍ଜ ପଦକ ହାତ ଛଡା କରିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ସ୍ବପ୍ନା । 2018 ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିଲେ ସ୍ବପ୍ନା । ମାତ୍ର ଏଥର ବିନା ପଦକରେ ଅଭିଯାନ ଶେଷ କରିଛନ୍ତି ।
ଅଭିଯୋଗ କରି ସ୍ବପ୍ନା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ କହିଛନ୍ତି, '' ମୁଁ 19ତମ ଏସୀୟ କ୍ରୀଡାରେ ବ୍ରୋଞ୍ଜ ପଦକ ହାତଛଡା କରିଛି । ଜଣେ ସାଥୀ ଟ୍ରାନ୍ସଜେଣ୍ଡର ପ୍ରତିଯୋଗୀଙ୍କଠୁ ହାରିଥିବାରୁ ମୁଁ ମୋର କାଂସ୍ୟ ପଦକ ପାଇନାହିଁ । ମୋତେ ମୋ ପଦକ ଫେରାଯାଉ ଏପରି ହେବା ଆମ ଆଥଲେଟଙ୍କ ନିୟମ ବିରୋଧ । ମୋତେ ସାହାର୍ଯ୍ୟ କରନ୍ତୁ ଏବଂ ଦୟାକରି ସମର୍ଥନ କରନ୍ତୁ ।''
ଚୀନରେ ଚାଲିଥିବା ଏସୀୟ କ୍ରୀଡାରେ ହେପ୍ଟାଥଲନ ଇଭେଣ୍ଟରେ ସ୍ବପ୍ନା ଚତୁର୍ଥ ସ୍ଥାନରେ ରହି ତାଙ୍କର ଅଭିଯାନ ଶେଷ କରିଥିଲେ । 4 ପଏଣ୍ଟ ମାର୍ଜିନରେ ସେ ବ୍ରୋଞ୍ଜ ପଦକ ଜିତିବାରେ ବିଫଳ ହୋଇଥିଲେ । ସେ ତାଙ୍କ ସାଥୀ ଭାରତୀୟ ଖେଳାଳି ନନ୍ଦୀନ ଅଗସାରାଙ୍କ ପାଇଁ କାଂସ୍ୟ ପଦକ ହରାଇଛନ୍ତି । ନନ୍ଦୀନି 5712 ପଏଣ୍ଟ ହାସଲ କରିଥିଲେ । ପଶ୍ଚିମବଙ୍ଗର ସ୍ବପ୍ନା 5708 ପଏଣ୍ଟ ହାସଲ କରିଥିଲେ । ଏହି ଇଭେଣ୍ଟରେ ଚୀନ ଆଥଲେଟ ନିନାଲି ଜେଙ୍ଗ 6149 ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ଜତିଥିଲେ । ଉଜବେକିସ୍ତାନର ଏକଟ୍ରେନିଆ ଭୋରୋନିନା 6056 ପଏଣ୍ଟ ସହ ରୌପ୍ୟ ପଦକ ଜିତିଥିଲେ । ଏ ପର୍ଯ୍ୟନ୍ତ ସ୍ବପ୍ନାଙ୍କ ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ କୌଣସି ଜବାବ ମିଳିନାହିଁ ।