ନୂଆଦିଲ୍ଲୀ:ଦୌଡରାଣୀ ହିମା ଦାସଙ୍କୁ ଛଟକା । ଦୂତୀ ଚାନ୍ଦଙ୍କ ପରେ ଦେଶର ଆଉ ଜଣେ ଆଗ ଧାଡିର ଧାବିକା ଡୋପ ଟେଷ୍ଟରେ ଛନ୍ଦି ହୋଇଛନ୍ତି । ଜାତୀୟ ରେକର୍ଡ ଧାରୀ ଅଲମ୍ପିଆନ ଦୂତୀ ଚାନ୍ଦଙ୍କ ପରେ ଏସିଆଡ ଗେମ୍ସ ବିଜେତା ହିମା ଦାସ ବାସନ୍ଦ ହୋଇଛନ୍ତି । ନାଡା (ଜାତୀୟ ଡୋପ ନିରୋଧୀ ସଂସ୍ଥା) ତାଙ୍କୁ ସାମୟିକ ବାସନ୍ଦ କରିଛି । ସେ ଗତ 12 ମାସ ମଧ୍ୟରେ 3 ଥର ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ସାମିୟକ ବାସନ୍ଦ ହୋଇଛି ତଥାପି ସେ 2 ବର୍ଷ ବାସନ୍ଦ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ତାଙ୍କୁ କେଉଁ କାରଣକୁ ବାସନ୍ଦ କରାଯାଇଛି ନାଡା ପକ୍ଷରୁ ତାହା ସ୍ପଷ୍ଟ ଜଣାପଡିନାହିଁ । କାରଣ ଯାହା ବି ହେଉ ସେ ହିମାଙ୍କୁ ଦୁଇ ବର୍ଷ ବାସନ୍ଦ ହେବାକୁ ପଡିବ ବୋଲି କୁହାଯାଉଛି । ଦୂତା ଚାନ୍ଦଙ୍କ ଡୋପ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ତେଣୁ ତାଙ୍କୁ 4 ବର୍ଷ ବାସନ୍ଦ କରାଯାଇଛି । ହିମାଙ୍କ କ୍ଷେତ୍ରରେ ଡୋପ ପରୀକ୍ଷା ନୁହେଁ ନାଡାର ନିୟମ ଭଙ୍ଗ ହୋଇପାରେ ବୋଲି ଅନୁମାନ କରାଯାଉଛି । ହିମା ପୂର୍ବରୁ ଆହତ ହୋଇ ଦୀର୍ଘ ଦିନ ହେବ ସେ ଜାତୀୟ ଶିବିରରେ ନାହାନ୍ତି । ତେଣୁ ତାଙ୍କୁ ଏସୀୟ କ୍ରୀଡା ପାଇଁ ଜାତୀୟ ଦଳରେ ସାମିଲ କରାଯାଇନଥିଲା ।
ଭାରତୀୟ ଆଥଲେଟ ମହାସଂଘର ଜଣେ ଅଧିକାରୀ କହିଛନ୍ତି, ଆସାମର 23 ବର୍ଷୀୟ ଧାବିକା ଗତ 12 ମାସ ମଧ୍ୟରେ 3 ଥର ରହଣୀ ସ୍ଥାନ ନିୟମର ଉଲ୍ଲଘଂନ କରିଛନ୍ତି । ଏନେଇ ନାଡା ପକ୍ଷରୁ ତାଙ୍କୁ ସାମୟିକ ଭାବେ ବାସନ୍ଦ କରାଯାଇଛି ।'' ହିମା ଦାସ 2018 ଜାର୍କାତାରେ ଏସିଆନ ଗେମ୍ସରେ ସେ ବ୍ୟକ୍ତିଗତ 400ମିଟର ଦୌଡରେ ରୌପ୍ୟ ପଦକ ଜିତିଥିଲେ ।