ଓଡିଶା

odisha

By

Published : Feb 26, 2021, 10:07 PM IST

ETV Bharat / sports

ଜଳକ୍ରୀଡାର ହବ୍‌ ହେବ ଶ୍ରୀନଗର: କିରଣ ରିଜିଜୁ

ଶ୍ରୀନଗର ଜଳ କ୍ରୀଡାର ହବ ହେବାନେଇ ଘୋଷଣା କରିଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ଅଧିକ ପଢନ୍ତୁ..

Srinagar will be made a hub for water sports: Kiren Rijiju
ଜଳକ୍ରୀଡାର ହବ୍‌ ହେବ ଶ୍ରୀନଗର: କିରଣ ରିଜିଜୁ

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କୁ ବଡ ବୟାନ । ଶ୍ରୀନଗର ଜଳ କ୍ରୀଡାର ହବ ହେବାନେଇ ଘୋଷଣା କରିଛନ୍ତି କ୍ରୀଡାମନ୍ତ୍ରୀ । ଏଥିସହ ମାତା ବୈଷ୍ଣବୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସକୁ ଖେଲୋ ଇଣ୍ଡିଆ ଏକାଡେମୀ ମାନ୍ୟତା ପ୍ରଦାନ କରିବାକୁ କ୍ରୀଡାମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।

ଗୁଲମାର୍ଗରେ ଶୁକ୍ରବାର ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ରିଜିଜୁ ଏହି ଘୋଷଣା କରିଛନ୍ତି ।

ଭର୍ଚୁଆଲ ମାଧ୍ୟମରେ ଏହି ସମ୍ମାନଜନକ ଇଭେଣ୍ଟକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ଏଥିସହ ମୋଦି କାଶ୍ମୀର ଓ ଦେଶ ତମାମରୁ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details