ହାଇଦ୍ରାବାଦ: ଆଉ ହାତ ଗଣତି କେଇଟା ଦିନ ପରେ ବିଦାୟ ନେବ 2022 । ଆସିବ ନୂଆ ବର୍ଷ 2023 । ନୂଆ ଆଶା, ଆକାକ୍ଷାଂ ନେଇ ନୂଆବର୍ଷକୁ ସ୍ବାଗତ କରିବାକୁ ଚାହିଁ ବସିଛନ୍ତି ବିଶ୍ବବାସୀ । 2022 ସୁଖ ଦୁଃଖ ଭଲମନ୍ଦ ଭିତରେ କଟିଛି । ବର୍ଷ କେବେ ସ୍ଥିର ନୁହେଁ । 365 ଦିନ ସରି ଆଉ ଗୋଟେ ବର୍ଷ ଆସେ । ହେଲେ ଏହାରି ଭିତରେ ଅନେକ ଘଟଣା ବଡ ଖାଲିସ୍ଥାନ ସୃଷ୍ଟି କରିଥାଏ । 2022 ବର୍ଷ ତମାମ ଥିଲା ଘଟଣାବହୁଳ । କର୍ପୋରେଟ ଜଗତ, ସିନେ ଜଗତଠୁ ନେଇ କ୍ରୀଡା ଜଗତ ସବୁ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ଛଡାଇ ନେଇଛି ଏହି ବର୍ଷ । ବର୍ଷ ୨୦୨୨ରେ ହରାଇଥିବା କ୍ରୀଡାବିତଙ୍କୁ ଆମର ସ୍ବତନ୍ତ୍ର ଉପସ୍ଥାପନାରେ...
ସେନ ୱାର୍ଣ୍ଣ....
କ୍ରିକେଟ ଜଗତର ସ୍ପିନର ଭାବେ ପରିଚିତ ସେନ ୱାର୍ଣ୍ଣ ଅଷ୍ଟ୍ରେଲିଆର ଏହି କିମ୍ବଦନ୍ତୀ ମାତ୍ର 52 ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। 2022ବର୍ଷ ଆରମ୍ଭର ମାସ ତୃତୀୟ ମାସରେ ଅର୍ଥାତ ମାର୍ଚ୍ଚ 4 ତାରିଖରେ ସେନ ୱାର୍ଣ୍ଣଙ୍କ ନିଧନ ହୋଇଥିଲା । ସେନ ୱାର୍ଣ୍ଣଙ୍କ ମୃତ୍ୟୁକୁ ନେଇ ଅନେକ କିଛି ଆକଳନ କରାଯାଉଥିଲେ ବି ତାଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଥିବା ଜଣାପଡିଥିଲା । ଶେଷ ସମୟରେ ଥାଇଲାଣ୍ଡରେ ଥିଲେ । 1969 ମସିହା ଅଷ୍ଟ୍ରେଲିଆରେ ଜନ୍ମିତ ସେନ ୱାର୍ଣ୍ଣ ବୋଲିଂ ପାଇଁ ପ୍ରସିଦ୍ଧ ଲାଭ କରିଥିଲେ । 1992ରୁ ନେଇ 20007 ପାଇଁ ଅଷ୍ଟ୍ରେଲିଆ ପାଇଁ ଖେଳିଥିଲେ । ମୋଟ 145 କ୍ରିକେଟ ମ୍ୟାଚ ଖେଳି 708 ୱିକେଟ ନେଇଛନ୍ତି । ଦେଶ ପାଇଁ 194ଦିନିକିଆରେ ପ୍ରତିନିଧିତ୍ବ କରିଥିଲେ ଯେଉଁଥିରେ ସେ 293 ୱିକେଟ ନେଇଥିଲେ । 73ଟି ଟି-20 ଖେଳିବା ସହିତ 70ଟି ୱିକେଟ ନେବାରେ ସଫଳ ଖେଳାଳି ଭାବରେ ପ୍ରଶଂସକଙ୍କ ମନ ଜିଣିଥିଲେ । ଅଧିନାୟକତ୍ବ ଭାବରେ ଆଇପିଏଲର ପ୍ରଥମ ସିଜନରେ 2008ରେ ରାଜସ୍ଥାନ ରୟାଲ୍ସକୁ ଚମ୍ପିଆନ କରାଇଥିଲେ । ଅବେଳରେ ଅଦିନରେ ଏହି ଖେଳାଳିଙ୍କ ପରଲୋକ ଘଟିବା ସମସ୍ତଙ୍କୁ ଆଘାତ ଦେଇଥିଲା । ବିଶେଷ କରି ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ସେନ ୱାର୍ଣ୍ଣଙ୍କ ପରଲୋକ ଏକ ବଡ କ୍ଷତି ହୋଇ ରହିଛି ।
ଆଣ୍ଡ୍ରୁ ସାଇମଣ୍ଡସ... ସେନ ୱାର୍ଣ୍ଣଙ୍କ ନିଧନକୁ ମାତ୍ର କିଛି ମାସ ନ ପୁରୁଣୁ ଅଷ୍ଟ୍ରେଲିଆ କ୍ରିକେଟକୁ ଆଉ ଏକ ଝଟକା ଲାଗିଥିଲା । ଅଷ୍ଟ୍ରେଲିଆର ଅଲରାଉଣ୍ଡର କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସ ମାତ୍ର 46 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ । 14 ମଇ 2022ରେ ଏକ କାର ଦୁର୍ଣଟଣାରେ ଆଖି ବୁଜିଥିଲେ ଏହି କିମ୍ବଦନ୍ତୀ ଖେଳାଳି । ଉତ୍ତର କ୍ବିନ୍ସଲ୍ୟାଣ୍ଡର 50 କିଲୋମିଟ ପଶ୍ଚିମ ଅଞ୍ଚଳରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । 1998ରେ ଅଷ୍ଟ୍ରେଲିଆ କ୍ରିକେଟ କ୍ୟାରିଅର ତିଆରି କରିଥିବା ସାଇମଣ୍ଡସ 2009 ଯାଏଁ ଦଳ ପାଇଁ ଖେଳିଥିଲେ। ସେ 26 ଟେଷ୍ଟ, 198 ଦିନିକିଆ ଏବଂ 14ଟି ଟି-20 ମ୍ୟାଚ ଖେଳିଛନ୍ତି । 2003 ଓ 2007 ବିଶ୍ବକପ ବିଜୟ ସମୟରେ ଦଳରେ ସାମିଲ ଥିଲେ ।
ଅମ୍ପାୟାର ଅସଦ ରଫ....ଆଇସିସିର ଏଲିଟ ପ୍ୟାନେଲର ସଦସ୍ୟ ରହିଥିଲା ପାକିସ୍ତାନୀ ଅମ୍ପାୟାର ଅସଦ ରଫ ମାତ୍ର 66 ବର୍ଷ ବୟସରେ ସେପ୍ଟମ୍ବର 15ରେ ଦୁନିଆରୁ ବିଦାୟ ନେଇଥିଲେ । ହୃଦଘାତରେ ତାଙ୍କର ବିୟୋଗ ହୋଇଥିଲା । 2006 ଓ 2013 ଆଇସିସି ଏଲିଟି ଅମ୍ପାୟାର ପ୍ୟାନେଲର ସଦସ୍ୟ ଥିଲେ । ଅସଦଙ୍କ ଉପରେ ମ୍ୟାଚ ଫିକ୍ସିଂ ଓ ଷ୍ଟମ୍ପ ଫିକ୍ସିଂରେ ସାମିଲ ହୋଇଥିବା ଅଭିଯୋଗ ହୋଇଥିଲା । 2016ରେ ବିସିସିଆଇ ଦ୍ବାରା ଭ୍ରଷ୍ଟାଚାର ଭାବେ ଦୋଷୀ ହୋଇଥିଲେ । ଯେଉଁଥି ପାଇଁ ତାଙ୍କୁ 5ବର୍ଷ ଯାଏ କ୍ରିକେଟରୁ ପ୍ରତିବଦ୍ଧକ ଲଗାଯାଇଥିଲା । ଅନ୍ତର୍ଜାତୀୟ ମ୍ୟାଚରେ ମୋଟ 231 ମୁକାବିଲାରେ ଅମ୍ପାୟରିଂ କରିଛନ୍ତି ଅସଦ । ଯେଉଁଥିରେ 64 ଟେଷ୍ଟ, 28 ଟି-20 ଏବଂ 139ଟି ଦିନିକିଆ ମ୍ୟାଚ ରହିଛି । ଏହି ପାକିସ୍ତାନୀ ଅମ୍ପାୟାର 2013ରେ ଅମ୍ପାୟରିଂରୁ ସବୁଦିନ ପାଇଁ ସନ୍ୟାସ ନେଇଥିଲେ । ଲାହୋରରେ ତାଙ୍କର ଏକ ଦୋକାନ ଚଳାଉଥିଲେ ।
ଋଡି କର୍ଟଜନ... ଦକ୍ଷିଣ ଆଫ୍ରିକାର ପୂର୍ବତନ ଅମ୍ପାୟାର ଋଡି କର୍ଟଜନ 2022 ଅଗଷ୍ଟ 9 ତାରିଖରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କୁ ମାତ୍ର 73 ବର୍ଷ ହୋଇଥିଲା । ଗଲ୍ଫ ଖେଳିସାରି ଫେରୁଥିବା ବେଳେ କାର ଦୁର୍ଘଟଣାରେ ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ଋଚ କର୍ଟଜନଙ୍କ ସହ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଦକ୍ଷିଣ ଆଫ୍ରିକା ରେଳୱେରେ କ୍ଲର୍କ ଭାବେ କାର୍ଯ୍ୟ କରୁଥିବା ସମୟରେ କ୍ରିକେଟ ଖେଳୁଥିଲେ ।1981ରେ କ୍ରିକେଟ ଅମ୍ପୟାର ହୋଇଥିଲେ । ଏହାର 11 ବର୍ଷ ପରେ ଅର୍ଥାତ 1992ରେ ପୋର୍ଟ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଅନ୍ତର୍ଜାତୀୟ ମ୍ୟାଚରେ କ୍ୟାରିଆର ଆରମ୍ଭ କରିଥିଲେ । 209ଟି ଦିନିକିଆ ଏବଂ 14ଟି ଟି-20 ମୁକିବାଲାରେ ଅମ୍ପୟାରିଂ ଦାୟିତ୍ବ ତୁଲାଇଥିଲେ ।
ଟେନିସ କୋଚ ନିକ ବୋଲେଟିରି...ଟେନିସ ପ୍ରତିଭା ତିଆରି କରୁଥିବା ଟେନିସ କୋଚ ବୋଲେଟିରିଙ୍କର 2022 ଡିସେମ୍ବର 4 ତାରିଖରେ ନିଧନ ହୋଇଥିଲା । ତାଙ୍କୁ ହାଲ ଅଫ ଫେମ ଟେନିସ କୋଚ କୁହାଯାଉଥିଲା । ଆନ୍ଧ୍ରେ ଆଗାସି ଓ ମୋନିକା ସେଲେସଙ୍କ ପରି ଟେନିସ ତାରକାଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ମହାନ ଟେନିସ କୋଚ ନିକ ବୋଲେଟିରି ଆଇଏମଜି ଏକାଡେମୀର ମୂଳଦୁଆ ମଜବୁତ କରିଥିଲେ ।
ଫୁଟବଲ ତାରକା ସୁରଜିତ ସେନ ଗୁପ୍ତା ଫୁଟବଲ ତାରକା ସୁରଜିତ ସେନ ଗୁପ୍ତା... ପ୍ରସିଦ୍ଧ ଫୁଟବଲ ଖେଳାଳି ସୁରଜିତ ସେନ ଗୁପ୍ତାଙ୍କର 2022 17 ଫେବ୍ରୃଆରୀରେ ନିଧନ ହୋଥିଲା । କୋରୋନା ମହାମାରୀରେ ଆକ୍ରାନ୍ତ ହୋଇଥିଲେ । 1970 ଏସିଆ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ଭାରତୀୟ ଟିମର ସଦସ୍ୟ ଥିବା ସହିତ ପୂର୍ବ ବଙ୍ଗଳାର ସେହି ଟିମର ସଦସ୍ୟ ଥିଲେ ଯେଉଁଥିରେ 1970ରୁ 1976 ମଧ୍ୟରେ ଲଗାତାର 6 ଥର କୋଲକାତା ଫୁଟବଲ ଲିଗର ଟ୍ରଫି ଜିତିବା ସହିତ 6 ଥର ଆଇଏଏଫ ସିଲ୍ଡ ଏବଂ 3 ଥର ଡୁରଣ୍ଡ କପ ଜିତିଥିଲେ ।
ଫୁଟବଲ ତାରକା ନରେନ୍ଦ୍ର ଥାପା ଫୁଟବଲ ତାରକା ନରେନ୍ଦ୍ର ଥାପା...
80 ଦଶକରେ ଭାରତୀୟ ଫୁଟବଲର ଷ୍ଟାର ଖେଳାଳି ରହିଥିବା ନରେନ୍ଦ୍ର ଥାପା 2022 ଅଗଷ୍ଟ 5 ତାରିଖରେ ଦୁନିଆରୁ ବିଦାୟ ନେଇଥିଲେ । ଦେଶର ସବୁ ପ୍ରଫେସେନାଲ କ୍ଲବରେ ତାଙ୍କ ପ୍ରତିଭା ଦେଖାଇଥିଲେ । ସେ ଇଷ୍ଟ ବଙ୍ଗାଲ ଫୁଟବଲ କ୍ଲବ, ମୋହନ ବଗାନ ଫୁଟବଲ କ୍ଲବ, ମୋହମ୍ମଡନ ସ୍ପୋଟିଙ୍ଗ ଫୁଟବଲ କ୍ଲବରେ ଖେଳିଛନ୍ତି ।
ହକି ଖେଳାଳି ଚରଣଜିତ ସିଂହ...
ମହାନ ଭାରତୀୟ ହକି ତାରକା ଚରଣଜିତ ସିଂହଙ୍କର 2022 ଜାନୁଆରୀ 27ରେ ପରଲୋକ ହୋଇଥିଲା । 1964ରେ ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ଭାରତୀୟ ହକି ଦଳର ଅଧିନାୟକ ଥିଲେ । 1964 ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଦଳ ଫାଇନାଲ ମୁକାବିଲାରେ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା । ଏହା ସହ ଚରଣଜିତ ସିଂହଙ୍କ ନେତୃତ୍ବରେ ଭାରତ 1960 ରୋମ ଅଲମ୍ପିକ୍ସରେ ରୋପ୍ୟ ପଦକ ଜିତିଥିଲେ। ହିମାଚଳପ୍ରଦେଶ ଉନ୍ନାରେ ହୃଦଘାତ କାରଣରୁ ତାଙ୍କର ନିଧନ ହୋଇଥିଲା ।
ହକି ତାରକା ବିରେନ୍ଦ୍ର ସିଂହ... ଭାରତୀୟ ପୂର୍ବତନ ହକି ଖେଳାଳି ଏବଂ 1970 ଦଶକର ସର୍ବଶ୍ରେଷ୍ଠ ରାଇଟ-ହାଫ ଖେଳାଳି ବିରେନ୍ଦ୍ର ସିଂହଙ୍କ ଜଳନ୍ଦର 2022 ଜୁନ 28ରେ ଦେହାନ୍ତ ହୋଇଥିଲା । 75 ବର୍ଷୀୟ ହକି ଖେଳାଳି 1972 ମ୍ୟୁନିଖ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ସଦସ୍ୟ ଥିଲେ । 1973ରେ ବିଶ୍ବକପରେ ରୌପ୍ୟ ପଦକ ବିଜେତା ଦଳର ସଦସ୍ୟ ଥିବା ସହିତ 1975 ବିଶ୍ବକପ ବିଜେତା ଭାରତୀୟ ଦଳର ହକି ଟିମର ସଦସ୍ୟ ଥିଲେ । 1947 ମଇ 16ରେ ପଞ୍ଜାବ ଜଳନ୍ଦରର ଧନୋବାଲି ଗାଁରେ ଜନ୍ମଗ୍ରହଣ କରିଥିଲେ ।
ଏଲନ ଥୋମସନ...ଅଷ୍ଟ୍ରେଲିଆର ପୂର୍ବ ଦ୍ରୁତ ବୋଲର ଏଲନ ଥୋମସନଙ୍କର 2022 ଅକ୍ଟୋବର 31 ତାରିଖରେ ପରଲୋକ ହୋଇଥିଲା । ଦିନିକିଆ କ୍ରିକେଟ ଇତିହାସରେ ତାଙ୍କର ଏକ ରେକର୍ଡ ରହିଛି । ଦିନିକିଆ କ୍ରିକେଟର ପ୍ରଥମ ୱିକେଟ ନେଇଥିଲେ ଏହି କିମ୍ବଦନ୍ତୀ । ତାଙ୍କର ଦମଦାର ବୋଲିଂ ପାଇଁ ସେ ପରିଚିତ ଥିଲେ । 1971 ଫେବ୍ରୃଆରୀ 5 ତାରିଖରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଯେଉଁଥିଲେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ଏଲନ ଥୋମସନ ଏହି ମ୍ୟାଚରେ ପ୍ରଥମ ୱିକେଟ ହାତେଇଥିଲେ । ଏହାପରେ ସେ ଅଷ୍ଟ୍ରେଲିଆ ପାଇଁ ଆଉ ଦିନିକିଆ ମ୍ୟାଚ ଖେଳି ନଥିଲେ ।
ରୋଡନୀ ମାର୍ଶ...
ଅଷ୍ଟ୍ରେଲିଆର ପୂର୍ବତନ ୱିକେଟକିପର ତଥା ବ୍ୟାଟର ରୋଡନୀ ମାର୍ଶଙ୍କର 2022 ମାର୍ଚ୍ଚ 4 ତାରିଖରେ ନିଧନ ହୋଇଥିଲା। ହୃହଘାତ କାରଣରୁ ତାଙ୍କର ବିୟୋଗ ହୋଇଥିଲା । 74 ବର୍ଷ ବୟସରୁ ଦୁନିଆକୁ ଅଲବିଦା କହିଥିଲେ ଏହି ଖେଳାଳି । ଦିନିକିଆ ଓ ଟେଷ୍ଟକୁ ମିଶାଇ ରୋଡନୀ 445 ମ୍ୟାଚ ଖେଳିଛନ୍ତି । ବାମହାତୀ ବ୍ୟାଟର କ୍ରିକେଟର ଶତକ ହାସଲ କରିଥିବା ପ୍ରଥମ ଅଷ୍ଟ୍ରେଲିଆ ୱିକେଟକିପର ଥିଲେ । ଫାଷ୍ଟକ୍ଲବ କ୍ରିକେଟରେ ସେ 257ଟି ମ୍ୟାଚ ଖେଳିଥିଲେ । ତାଙ୍କ ନାମରେ 11067 ରନ ରହିଛି । ୱିକେଟ ପଛରେ ରହି 869 ଜଣଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ । 1984ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ ରୋଡନୀ ମାର୍ଶ ।
ଅଲମ୍ପିଆନ ଧାବକ କେନେଥ ପୋୱେଲ ଅଲମ୍ପିଆନ ଧାବକ କେନେଥ ପୋୱେଲ...ଅଲମ୍ପିଆନ ଧାବକ କେନେଥ ପୋୱଲଙ୍କ 2022 ଡିସେମ୍ବର 12 ତାରିଖରେ ବିୟୋଗ ହୋଇଛି । 1970 ଏସିଆ ଗେମ୍ସରେ 4 ଗୁଣା 100 ମିଟର ଦୌଡରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ସହ ସେ ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ନ୍ୟାସନାଲ ଓପନ ଚମ୍ପିଅନସିପ ଏବଂ ନ୍ୟାସନାଲ ଇଣ୍ଟର-ଷ୍ଟେଟ ଚାମ୍ପିଅନସିପରେ 19 ଟ୍ରଫି ଜିତିଛନ୍ତି ଏହି ସ୍ପିଣ୍ଟର ।