ନୂଆଦିଲ୍ଲୀ: ଭାରତୀୟ ବକ୍ସିଂ ଫେଡେରେସନ ର(BFI) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜ କୁମାର ସଚେତିଙ୍କ କୋରୋନାରେ ଦେହାନ୍ତ । ଏନେଇ ବକ୍ସିଂ ଫେଡରେସନ ଟ୍ବିଟ ଯୋଗେଁ ଗଭୀର ଶୋକ ବ୍ଯକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସଚେତି ଜଣେ ଦକ୍ଷ କ୍ରୀଡା ପ୍ରଶାସକ ଥିଲେ ଓ ଭାରତୀୟ ଅଲମ୍ପିକ କମିଟିର ଅଲମ୍ପିକ ଟାସ୍କ ଫୋର୍ସ ସଦସ୍ୟ ରହିଥିଲେ । ତାଙ୍କର ଦେହାନ୍ତରେ ବିଶ୍ବ କ୍ରୀଡା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ବକ୍ସିଂ ଫେଡେରେସନ କହିଛି ।
କୋରୋନାରେ ହାରିଗଲେ BFI କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ - କୋରୋନାରେ ଦେହାନ୍ତ
ଭାରତୀୟ ବକ୍ସିଂ ଫେଡେରେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜ କୁମାର ସଚେତିଙ୍କ କୋରୋନାରେ ଦେହାନ୍ତ । ଅଧିକ ପଢନ୍ତୁ...
କୋରୋନାରେ ହାରିଗଲେ BFI କାର୍ଯ୍ୟନିବାହୀ ନିର୍ଦ୍ଦେଶକ
ଭାରତୀୟ ଅଲମ୍ପିକ ଆସୋସିଏସନ(IOA)ର ସହକାରୀ ଯୁଗ୍ମ ସମ୍ପାଦକ ମଧ୍ୟ ଥିଲେ ସଚେତି । ଭାରତୀୟ କ୍ରୀଡା ସମୁହରେ ଜଣେ ପରିଚିତ ଓ ଦକ୍ଷ ବ୍ୟକ୍ତି । ଦେଶରେ ବକ୍ସିଂ, ରାଜ୍ୟଗୋଷ୍ଠୀ କ୍ରୀଡାର ବ୍ୟାପକ ପ୍ରସାର ପାଇଁ କ୍ରୀଡା ପ୍ରଶାସକ ଭାବେ ତାଙ୍କର ନେତୃତ୍ବ ଓ ଅବଦାନ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ । ଏହା କହିଛନ୍ତି ଆଇଓଏର ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : May 4, 2021, 4:51 PM IST