ଓଡିଶା

odisha

ETV Bharat / sports

କ୍ରୀଡାର ଉନ୍ନତି ପାଇଁ ପାଞ୍ଚ ବର୍ଷରେ ଖର୍ଚ୍ଚ ହୋଇଛି ୬୮୦୧ କୋଟି - କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର

କ୍ରୀଡା କ୍ଷେତ୍ରରେ ଉନ୍ନତି ପାଇଁ କ୍ରୀଡା ମନ୍ତ୍ରଣାଳୟ ବିଗତ ପାଞ୍ଚ ବର୍ଷରେ ଖର୍ଚ୍ଚ କରିଛନ୍ତି ୬, ୮୦୧.୩୦ କୋଟି ଟଙ୍କା । ଏନେଇ ମଙ୍ଗଳବାର କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

Sports Ministry released Rs 6,801.3 cr in last 5 years, informs Anurag Thakur
କ୍ରୀଡାର ଉନ୍ନତି ପାଇଁ ପାଞ୍ଚ ବର୍ଷରେ ଖର୍ଚ୍ଚ ହୋଇଛି ୬, ୮୦୧.୩୦ କୋଟି

By

Published : Dec 21, 2021, 10:56 PM IST

ନୂଆଦିଲ୍ଲୀ: କ୍ରୀଡା କ୍ଷେତ୍ରରେ ଉନ୍ନତି ପାଇଁ ଭାରତ ସରକାର ବିଗତ ପାଞ୍ଚ ବର୍ଷରେ ଖର୍ଚ୍ଚ କରିଛନ୍ତି ୬, ୮୦୧.୩୦ କୋଟି ଟଙ୍କା । ଏନେଇ ମଙ୍ଗଳବାର କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ସ୍ପଷ୍ଟ କରିଛନ୍ତି ।

ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଅନୁଯାୟୀ ଅର୍ଥ ଆବଣ୍ଟନ ହୋଇନାହିଁ ବରଂ ବିଭିନ୍ନ ଯୋଜନା ଅନୁଯାୟୀ ପ୍ରଦାନ କରାଯାଇଛି । ଗତ ୫ ବର୍ଷ ମଧ୍ୟରେ ୭,୦୭୨.୨୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି ଓ ଏଥିରୁ ୬,୮୦୧.୩୦ କୋଟି ଟଙ୍କା ବିଭିନ୍ନ କ୍ରୀଡା ଉନ୍ନତୀକରଣ ଯୋଜନାରେ ଆବଣ୍ଟନ ହୋଇଛି । ଲୋକସଭାରେ ମଙ୍ଗଳବାର ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ଠାକୁର ।

ଏହାମଧ୍ୟ ପଢନ୍ତୁ: Asian Champions Trophy: ସେମିରେ ହାରିଲା ଭାରତ, ପାକିସ୍ତାନ ସହ ବ୍ରୋଞ୍ଜ ଲଢେଇ

ଚଳିତ ବର୍ଷ ଦେଶ କ୍ରୀଡାମନ୍ତ୍ରୀ ଭାବେ କିରଣ ରିଜିଜୁଙ୍କ ସ୍ଥାନ ନେଇଥିଲେ ଅନୁରାଗ ଠାକୁର ।

ଦେଶରେ କ୍ରୀଡାର ଉନ୍ନତି ଓ ଭିତ୍ତିଭୂମୀ ଉନ୍ନତିକରଣ ପାଇଁ ଭାରତ ସରକାର ଅନେକ ଯୋଜନା ଚଳାଇଛନ୍ତି । ଏହାମଧ୍ୟରୁ ଖେଲୋ ଇଣ୍ଡିଆ ସ୍କିମ୍‌, ଜାତୀୟ କ୍ରୀଡା ସଂଘକୁ ସହାୟତା ଓ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟରେ ବିଜେତା ଓ କୋଚ୍‌ଙ୍କୁ ସ୍ବତନ୍ତ୍ର ପୁରସ୍କାର ରହିଛି ।

ଅନ୍ୟ ଯୋଜନା ଗୁଡିକ ଯଥା--ଜାତୀୟ କ୍ରୀଡା ପୁରସ୍କାର, କ୍ରୀଡାବିତଙ୍କୁ ପେନସନ୍‌, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନ୍ୟାସନାଲ ସ୍ପୋର୍ଟ୍ସ ୱେଲଫାୟର ଫଣ୍ଡ୍‌, ନ୍ୟାସନାଲ ସ୍ପୋର୍ଟ୍ସ ଡେଭଲଫମେଣ୍ଟ ଫଣ୍ଡ୍‌ ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ରେ ଥିବା ସମସ୍ତ ଟ୍ରେନିଂ ସେଣ୍ଟର ଗୁଡିକ ପରିଚାଳନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details