ହାଇଦ୍ରାବାଦ: ଚଳିତ ଜର୍ମାନ ଓପନ ବ୍ୟାଡ୍ମିଣ୍ଟନରେ ଦୁଇ ଥରର ଅଲମ୍ପିକ ପଦକ ବିଜେତା ପିଭି ସିନ୍ଧୁଙ୍କୁ ଶକ୍ତ ଝଟ୍କା । ଚାଇନାର କମ୍ ମାନ୍ୟତାର ଖେଳାଳି ଝାଙ୍କ୍ ୟି ମାନଙ୍କ ଠାରୁ ସିନ୍ଧୁ ପରାସ୍ତ ହେବାସହ ପ୍ରତିଯୋଗିତାରୁ ବାଦ୍ ପଡିଛନ୍ତି । ଫଳରେ ଏହି ପରାଜୟ ସହିତ ଜର୍ମାନ ଓପନ ସୁପର ୩୦୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ଦ୍ବିତୀୟ ରାଉଣ୍ଡରୁ ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି ।
German Open: ଜର୍ମାନ ଓପନରୁ ବାଦ୍ ପଡିଲେ ପିଭି ସିନ୍ଧୁ - ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ
2019 ବିଶ୍ବ ଚାମ୍ପିୟନ ସିନ୍ଧୁ, ଝାଙ୍କ୍ଙ୍କ ଠାରୁ ୧୪-୨୧, ୨୧-୧୫, ୧୪-୨୧ରେ ପରାସ୍ତ ହୋଇଛନ୍ତି । ଏହି ମ୍ୟାଚ୍ ୫୫ ମିନିଟ୍ ଧରି ଖେଳାଯାଇଥିଲା । ଆସନ୍ତା ସପ୍ତାହରୁ ଅଲ୍ ଇଂଲଣ୍ଡ ଚାମ୍ପିୟନସିପ୍ ଆରମ୍ଭ ହେବାକୁ ଯାଉଥିବାବେଳେ, ଅନ୍ୟତମ ଟାଇଟେଲ ଦାବିଦାର କୁହାଯାଉଥିବା ସିନ୍ଧୁଙ୍କ ପାଇଁ ଏହା ୟୁରୋପିଅନ ଲିଗ୍ରେ ନୈରାଶାଜନକ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ
2019 ବିଶ୍ବ ଚାମ୍ପିୟନ ସିନ୍ଧୁ, ଝାଙ୍କ୍ଙ୍କ ଠାରୁ ୧୪-୨୧, ୨୧-୧୫, ୧୪-୨୧ରେ ପରାସ୍ତ ହୋଇଛନ୍ତି । ଏହି ମ୍ୟାଚ୍ ୫୫ ମିନିଟ୍ ଧରି ଖେଳାଯାଇଥିଲା । ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଅଲ୍ ଇଂଲଣ୍ଡ ଚାମ୍ପିୟନସିପ୍ର ଅନ୍ୟତମ ଟାଇଟେଲ ଦାବିଦାର କୁହାଯାଉଥିବା ସିନ୍ଧୁଙ୍କ ପାଇଁ ଏହା ୟୁରୋପିଅନ ଲିଗ୍ରେ ନୈରାଶାଜନକ ଆରମ୍ଭ ହୋଇଛି ।
ସିନ୍ଧୁଙ୍କୁ ଚାଇନା ପ୍ରତିପକ୍ଷଙ୍କ ଠାରୁ କଡା ପ୍ରତିନ୍ଦ୍ବନ୍ଦ୍ବୀତାର ସାମ୍ନା କରିବାକୁ ପଡିଥିଲା । ପ୍ରଥମ ସେଟ୍ରେ ୫-୫ରେ ପଏଣ୍ଟ ବରାବର ରହିଥିଲେ ମଧ୍ୟ ବାଜିମାରି ନେଇଥିଲେ ଝାଙ୍କ୍ । ତେବେ ଦ୍ବିତୀୟ ସେଟ୍ରେ ବିଜୟୀ ସହ ସିନ୍ଧୁ ଦମଦାର କମବ୍ୟାକ୍ କରିଥିଲେ । ମାତ୍ର ନିର୍ଣ୍ଣାୟକ ତଥା ତୃତୀୟ ସେଟ୍ରେ ଷ୍ଟାର ଭାରତୀୟ ସର୍ଟଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ ଝାଙ୍ଗ୍ । ଶେଷ ପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିଲେ ଓ ୧ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧୪-୨୧ରେ ଜିତିନେଇଥିଲେ ।