ଓଡିଶା

odisha

ETV Bharat / sports

ବିଶ୍ବ ଆଥଲେଟିକ୍ସ 2022 : ଯୋଗ୍ୟତା ଅର୍ଜନ କଲେ ସନ୍ଦୀପ, ରାହୁଲ, ପ୍ରିୟଙ୍କା - ପ୍ରିୟଙ୍କା ଗୋସ୍ବାମୀ

ଚଲା ରେସ୍‌ ଆଥଲେଟ ସନ୍ଦୀପ କୁମାର, ରାହୁଲ କୁମାର ଓ ପ୍ରିୟଙ୍କା ଗୋସ୍ବାମୀ ପ୍ରଥମ ଭାରତୀୟ ଆଥଲେଟ ଭାବେ ବିଶ୍ବ ଆଥଲେଟିକ ଚମ୍ପିଆନସିପର 20 କିଲୋମିଟର ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅଧିକ ପଢନ୍ତୁ...

Sandeep, Rahul, Priyanka qualify for World Athletics 2022
ବିଶ୍ବ ଆଥଲେଟିକ୍ସ 2022 : ଯୋଗ୍ୟତା ଅର୍ଜନ କଲେ ସନ୍ଦୀପ, ରାହୁଲ, ପ୍ରିୟଙ୍କା

By

Published : Feb 13, 2021, 9:38 PM IST

ନୂଆଦିଲ୍ଲୀ: ଚଲା ରେସ୍‌ ଆଥଲେଟ ସନ୍ଦୀପ କୁମାର, ରାହୁଲ କୁମାର ଓ ପ୍ରିୟଙ୍କା ଗୋସ୍ବାମୀ ପ୍ରଥମ ଭାରତୀୟ ଆଥଲେଟ ଭାବେ ବିଶ୍ବ ଆଥଲେଟିକ ଚମ୍ପିଆନସିପର 20 କିଲୋମିଟର ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆସନ୍ତା ବର୍ଷ ଜୁଲାଇ 15ରୁ 24 ପର୍ଯ୍ୟନ୍ତ ଏହି ମେଗା ଇଭେଣ୍ଟ ଆୟୋଜିତ ହେବ ।

ଶନିବାର, ରାଞ୍ଚିରେ ଖେଳାଯାଇଥିବା ଅଷ୍ଟମ ନ୍ୟାସନାଲ ରେସ ୱାକିଂ ଚମ୍ପିଆନସିପ 20 କିଲୋମିଟର ଇଭେଣ୍ଟରେ ବିଜୟୀ ହୋଇଛନ୍ତି ଏହି ତିନି ଖେଳାଳି । ଏଥିସହ ସମ୍ମାନଜନକ ଆଥଲେଟିକ ଚମ୍ପିଆନସିପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅନ୍ୟପଟେ ଏହି ବିଜୟ 2021 ଟୋକିଓ ଅଲମ୍ପିକ୍ସ ଗେମ୍ସ କୋଟା ମଧ୍ୟ ଦେବାରେ ସହାୟକ ହେବ ।

ବିଶ୍ବ ଆଥଲେଟିକ ଚମ୍ପିଆନସିପରେ 35 କିଲୋମିଟର ୱାକ ରେସ୍‌ ଇଭେଣ୍ଟ ଥିବା ଯାେଗୁଁ, 50 କିଲୋମିଟର ବଦଳରେ ଭାରତୀୟ ଆଥଲେଟିକ୍ସ ମହାସଂଘ ରବିବାର ରାଞ୍ଚିରେ 35 କିଲୋମିଟର ରେସ ଆୟୋଜନ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details