ନୂଆଦିଲ୍ଲୀ:ପ୍ରଥମ ଭାରତୀୟ ପୁରୁଷ ସନ୍ତରଣକାରୀ ଭାବେ ଟୋକିଓ ଅଲମ୍ପିକକୁ ଉତୀର୍ଣ୍ଣ ହେଲେ ସଜନ ପ୍ରକାଶ । ରୋମରେ ଅନୁଷ୍ଠିତ ହେଉଥିବା ସେଟେ କୋଲି ଟ୍ରଫି ପ୍ରତିଯୋଗିତାରେ 1:56:38 ସମୟ ମଧ୍ୟରେ 200 ମିଟର ବଟରଫ୍ଲାଏ ଇଭେଣ୍ଟରେ ଯୋଗ୍ୟତା ହାସଲ କଲେ ସଜନ । ଅଲମ୍ପିକ ଯୋଗ୍ୟତା ପାଇଁ 1:56:48ସମୟ ଥିଲା କଟଅଫ୍ । ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ସୂଚନା ।
ଶୁକ୍ରବାର ଶ୍ରୀହରି ନଟରାଜ ମାତ୍ର 5 ସେକେଣ୍ଡ ପାଇଁ ପ୍ରଥମ ପୁରୁଷ ସନ୍ତରଣକାରୀ ଭାବେ ଟୋକିଓ ଅଲମ୍ପିକକୁ ଉତୀର୍ଣ୍ଣ ହେବାରୁ ବାଦ୍ ପଡ଼ିଥିଲେ । 100 ମିଟର ବ୍ୟାକଷ୍ଟ୍ରୋକ୍ ଇଭେଣ୍ଟକୁ ସମାପ୍ତ କରିବା ପାଇଁ ଶ୍ରୀହରି 53.90 ସେକେଣ୍ଡ ନେଇଥିଲେ । ତେବେ ଅଲମ୍ପିକ ଯୋଗ୍ୟତା ପାଇଁ କଟ୍ଅଫ୍ ରହିଥିଲା 53.85 ସେକେଣ୍ଡ । ଟୋକିଓ ପାଇଁ ସଜନ ଦ୍ବିତୀୟ ଥର ପାଇଁ ମନୋନୀତ ହୋଇଛନ୍ତି । ରିଓ ଅଲ୍ମପିକ୍ସରେ ମଧ୍ୟ ଭାରତ ପକ୍ଷରୁ ତାଙ୍କୁ ମନୋନୀତ କରାଯାଇଥିଲା ।
ଗୁରୁବାର ଭାରତୀୟ ସ୍ବିମିଙ୍ଗ ଫେଡେରେସନ ଶ୍ରୀହରି ନଟରାଜ ଓ ମନ୍ନା ପଟେଲଙ୍କ ନାମ ଟୋକିଓ ଅଲମ୍ପିକ ‘ୟୁନିଭର୍ସାଲିଟି ପ୍ଲେସ’ ପାଇଁ ମନୋନୀତ କରିଥିଲା । ତେବେ ସଜନ ଜିତିବା ପରେ ଟୋକିଓ ଅଲମ୍ପିକ୍ସ ରେସ୍ରୁ ବାଦ୍ ପଡ଼ିଛନ୍ତି ଶ୍ରୀହରି ।
ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ଅନ୍ତର୍ଜାତୀୟ ସନ୍ତରଣ ସଂନ୍ତରଣ ପରିଷଦ ଫିନା (FINA) ଦୁଇଟି ବାଟ ଧାର୍ଯ୍ୟ କରିଛି । ଅଲମ୍ପିକ କ୍ବାଲିଫିକେସନ (A ଟାଇମ) ଓ ଅଲମ୍ପିକ ସିଲେକ୍ସନ ଟାଇମ୍ (B ଟାଇମ)