ନୂଆଦିଲ୍ଲୀ:ମହାମାରୀ କୋରୋନା ଭାଇରାସର ଆତଙ୍କ ଯୋଗୁଁ ସମସ୍ତ କ୍ରୀଡାବିତ ନିଜର ମ୍ୟାଚ ଅଭ୍ୟାସକୁ ସ୍ଥଗିତ ରଖିଥିଲେ । ବର୍ତ୍ତମାନ କିଛିଟା କଟକଣା କୋହଳ ପରେ ପୁଣି ମୈଦାନକୁ ଫେରିଲାଣି ଗେମ । ତେବେ ଅଲମ୍ପିକର ଟିକେଟ ହାସଲ ଅପେକ୍ଷାରେ ଥିବା ଭାରତର 3 ସନ୍ତରଣକାରୀ ବୀର ଧଓ୍ବଲ ଖାଡେ, ଶ୍ରୀହରି ନଟରାଜ ଓ କୁଶାଗ୍ର ରାଓ୍ବତ ଆଗମୀ ମାସରୁ ଦୁବାଇରେ ନିଜର ଟ୍ରେନିଂ ଆରମ୍ଭ କରିବେ ।
ଫୋକସରେ ଅଲମ୍ପିକ ଟିକଟ, 3 ଭାରତୀୟ ସନ୍ତରଣକାରୀ ଦୁବାଇରେ ନେବେ ଟ୍ରେନିଂ - ଅଲମ୍ପିକ ଟିକଟ ହାସଲ ଲକ୍ଷ୍ୟରେ ଭାରତୀୟ ସନ୍ତରଣକାରୀ
ଅଲମ୍ପିକ ଟିକେଟ ହାସଲ ଅପେକ୍ଷାରେ ଥିବା ଭାରତର 3 ସନ୍ତରଣକାରୀ ବୀର ଧଓ୍ବଲ ଖାଡେ, ଶ୍ରୀହରି ନଟରାଜ ଓ କୁଶାଗ୍ର ରାଓ୍ବତ ଆଗମୀ ମାସରୁ ଦୁବାଇରେ ନିଜର ଟ୍ରେନିଙ୍ଗ ଆରମ୍ଭ କରିବେ ।
india
ସ୍ପୋର୍ଟ୍ସ ଅଥରୋଟି ଅଫ ଇଣ୍ଡିଆ (ସାଇ) ଶନିବାର ଦିନ କହିଛି ଯେ, ଭାରତର 3 ଖେଳାଳି ଆକ୍ବା ନେସନ ସ୍ବିମିଙ୍ଗ ଏକାଡେମୀରେ ଅଭ୍ୟାସ ଆରମ୍ଭ କରିବେ । ସେମାନଙ୍କ ସହ ଜଣେ କୋଚ ରହିବେ । ଟୋକିଓ ଅଲମ୍ପିକ ପାଇଁ ଏହି ଅଭ୍ୟାସରେ ପ୍ରାୟ 35ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।
ଖାଡେ 50ମିଟର ଫ୍ରିଷ୍ଟାଇଲ, ନଟରାଜ 100ମିଟର ବ୍ୟାକଷ୍ଟ୍ରୋକ ଓ ରାଓ୍ବତ 400ମିଟର ଫ୍ରିଷ୍ଟାଇଲରେ ଅଲମ୍ପିକର 'ବି କ୍ବାଲିଫିକେସନ' ମାର୍କ ହାସଲ କରି ସାରିଛନ୍ତି । ବର୍ତ୍ତମାନ ସେମାନେ ଏ କ୍ବାଲିଫିକେସନ ମାର୍କ ହାସଲ ପାଇଁ ଚେଷ୍ଟା କରିବେ ।