ଓଡିଶା

odisha

ETV Bharat / sports

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସର ପ୍ରକୃତ ଚମ୍ପିଆନ କମିଶନରେଟ ପୋଲିସ - championship

ସଦ୍ୟସମାପ୍ତ ହୋଇଛି 21ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ । ଗେମର ହିରୋ ହୋଇଛି ଓଡିଶା କମିଶନରେଟ ପୋଲିସ । ଏହା ପଛର ବଡ କାରଣ ହେଉଛି କମିଶନରେଟ ପୋଲିସର ବ୍ଲୁ-ପ୍ରିଣ୍ଟ ।

ଫଟୋ ସୌଜନ୍ୟ- ସମ୍ବାଦଦାତା କଟକ

By

Published : Jul 24, 2019, 5:22 PM IST

କଟକ: ଶେଷ ହୋଇଛି 21ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ । 12ଟି ଦେଶ ଏଥିରେ ଭାଗ ନେଇଥିଲେ । ଟିମ ଇଣ୍ଡିଆ ସର୍ବାଧିକ ସ୍ଵର୍ଣ ଜିତି ରେକର୍ଡ ରଚିଛି । ହେଲେ ଏହି ରେକର୍ଡ ପଛରେ ରହିଥିବା ପ୍ରକୃତ ବିଜେତା ହେଉଛି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା କଟକ

କାରଣ ଖେଳାଳି ଆସିବାଠୁ ଆରମ୍ଭ କରି ଯିବା ପର୍ଯ୍ୟନ୍ତ ସବୁ ଦିଗକୁ ସୁରକ୍ଷା ବଳୟରେ ବାନ୍ଧିଥିଲା କମିଶନରେଟ ପୋଲିସ । ଯାହାଦ୍ୱାରା ଏକ ସଫଳ ଆୟୋଜନ ସମ୍ଭବ ହୋଇପାରିଲା ଖେଳାଳିଙ୍କ ଆସିବାଠୁ ଆରମ୍ଭ କରି ହୋଟେଲ ଯିବା ପର୍ଯ୍ୟନ୍ତ ପୋଲିସଙ୍କ ପାଇଁ ରହିଥିଲା ବଡ଼ ଚ୍ୟାଲେଞ୍ଜ । କାରଣ ଯେଉଁପରି ପରି ଭାବରେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ରହିଛି ତାହା ନ କହିବା ଭଲ । ତେବେ ଏହି ମେଗା ଇଭେଣ୍ଟରେ ପ୍ରକୃତ ଚମ୍ପିଆନ କମିଶନରେଟ ପୋଲିସ କହିଲେ ଅତ୍ୟୁକ୍ତି ହେବନି ।

ମ୍ୟାଚ ଆରମ୍ଭର 10 ଦିନ ପୂର୍ବରୁ ପାୱାର ହାଉସରେ ରଚା ଯାଇଥିଲା ବ୍ଲୁ-ପ୍ରିଣ୍ଟ । ଆଉ ସେହି ଅନୁସାରେ ପ୍ରତି ଦିଗରେ ଛାଉଣୀ ହୋଇଯାଇଥିଲେ ପୋଲିସ ବାହିନୀ । ବେଶ ସୁରୁଖୁରରେ ସମାପ୍ତ କରିଥିଲେ ତାଙ୍କ କାମ । ତେବେ ପରିଶେଷରେ ଗୋଟେ କଥା କୁହାଯାଇପାରେ ରାଜ୍ୟଗୋଷ୍ଠୀ କ୍ରୀଡାରେ କମିଶନରେଟ ପୋଲିସ ହିଁ ପ୍ରକୃତ ହିରୋ ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details