ନୂଆଦିଲ୍ଲୀ: ଆଗାମୀ ଟୋକିଓ ଅଲମ୍ପିକ ପାଇଁ ସଜବାଜ ହେଉଛି ଭାରତ। ଗୋଟିଏ ପରେ ଗୋଟିଏ ଯୋଦ୍ଧାଙ୍କ ପ୍ରସ୍ତୁତି ଆଗାମୀ ଅଲମ୍ପିକ ପାଇଁ। ମେଡାଲ ସଂଖ୍ୟା ବଢାଇବାକୁ ତୟାର ଭାରତ। ଇତିମଧ୍ୟରେ କୁସ୍ତିଯୁଦ୍ଧ ବିଭାଗରେ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଉତୀର୍ଣ୍ଣ ହୋଇଛନ୍ତି ରେସଲ୍ର ଦୀପକ ପୁନିଆ ଓ ରବି ଦହିୟା। ଏଠାରେ ଚାଲିଥିବା ଭାରତୀୟ ରେସଲିଂ ଫେଡେରେସନର ଟ୍ରାଏଲ ଇଭେଣ୍ଟରେ ବିପକ୍ଷ ପ୍ରତିଦ୍ବନ୍ଦୀଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି।
ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଉତୀର୍ଣ୍ଣ ହେଲେ ଦୀପକ-ରବି - olympic qualifiers
ଭାରତୀୟ ରେସଲିଂ ଫେଡେରେସନର ଟ୍ରାଏଲ ଇଭେଣ୍ଟରେ ବିଜୟୀ ହୋଇ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଉତୀର୍ଣ୍ଣ ହୋଇଛନ୍ତି ରେସଲ୍ର ଦୀପକ ପୁନିଆ ଓ ରବି ଦହିୟା।
ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଉତିନ୍ନ ହେଲେ ଦୀପକ-ରବି
57 କେଜି ବର୍ଗରେ ରବି ଦହିୟା ତାଙ୍କର ବିପକ୍ଷ ପ୍ରତିଦ୍ବନ୍ଦୀ ପଙ୍କଜଙ୍କୁ ପରାସ୍ତ କରିଛନ୍ତି। ସେହପରି 86 କେଜି ବର୍ଗରେ ପୁନିଆ ବିପକ୍ଷ ପ୍ରତିଦ୍ବନ୍ଦ୍ବୀ ପୱନ ସରୋହାଙ୍କୁ ପରାସ୍ତ କରିଛନ୍ତି। ଉଲ୍ଲେଖଥାଉ କି, ଏହି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆସନ୍ତା ପେବୃୟାରୀ 17ରୁ 23 ତାରିଖ ମଧ୍ୟରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବ। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଦୁହେଁ ବଜରଙ୍ଗ ପୁନିଆଙ୍କ ସହ ଲଢେଇ କରିବାର ଖବର ରହିଛି । ଯେତେବେଳେ କି ବଜରଙ୍ଗ ପୁନିଆ 65 କେଜି ବର୍ଗରେ ସ୍ବତପ୍ରବୃତଃ ଭାବେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଉତୀର୍ଣ୍ଣ ହୋଇସାରିଛନ୍ତି ।
Last Updated : Jan 3, 2020, 7:39 PM IST