ଟୋକିଓ: ଚଳିତ ଟୋକିଓ ଅଲମ୍ପିକରେ ଭାରତକୁ ଆଉ ଏକ ପଦକ । ପୂର୍ବରୁ ଗୋଟିଏ ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ଜିତିସାରିଥିବା ଭାରତକୁ ଆଉ ଏକ ରୌପ୍ୟ ପଦକ ଭେଟି ଦେଇଛନ୍ତି କୁସ୍ତିଯୋଦ୍ଧା ରବି କୁମାର । କୁସ୍ତିରେ ୫୭ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ମ୍ୟାଚରେ ରବି, ୨ଥର ବିଶ୍ବ ଚମ୍ପିଆନ ରୁଷର ଜାବୁର ୟୁଗୁଏବଙ୍କ ଠାରୁ ୪-୭ରେ ପରାଜୟ ମିଳିଛି । ଫଳରେ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ରବି ।
ଫଳରେ ସୁଶୀଲ କୁମାରଙ୍କ ପରେ ଦ୍ବିତୀୟ ଭାରତୀୟ କୁସ୍ତିଯୋଦ୍ଧା ଭାବେ ରୌପ୍ୟ ପଦକ ବିଜେତା ହୋଇଛନ୍ତି ରବିକୁମାର । ୨୦୧୨ ଲଣ୍ଡନ ଅଲମ୍ପିକ୍ରେ ସୁଶୀଲ କୁମାର ରୌପ୍ୟ ପଦକ ଜିତିଥିଲେ ।
ପୂର୍ବରୁ ସେମିଫାଇନାଲରେ କାଜାଖିସ୍ତାନର ସନାୟେବ ନୁରିସ୍ଲାମଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ରବି । ନୁରିସ୍ଲାମଙ୍କୁ ମ୍ୟାଚରୁ ବାହାର କରିବା ପରେ ରବିଙ୍କୁ ବିଜେତା ଘୋଷିତ କରାଯାଇଥିଲା ।