ଓଡିଶା

odisha

ETV Bharat / sports

ଫିଟ ଇଣ୍ଡିଆ ଟକସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପିଭି ସିନ୍ଧୁ- ସୁନୀଲ ଛେତ୍ରୀ - କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଦେଶରେ ବିଦ୍ୟାଳୟରେ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟରେ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ, ଶୁକ୍ରବାର ଫିଟ ଇଣ୍ଡିଆ ଟକସ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଅଧିକ ପଢନ୍ତୁ...

PV Sindhu, Sunil Chhetri to lunch Fit India Talks
ଫିଟ ଇଣ୍ଡିଆ ଟକସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପିଭି ସିନ୍ଧୁ- ସୁନୀଲ ଛେତ୍ରୀ

By

Published : Jul 2, 2020, 5:18 PM IST

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଫିଟ ଇଣ୍ଡିଆର ଏକ ବାର୍ତ୍ତାଳାପ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଦେଶର ବରିଷ୍ଠ କ୍ରୀଡାବିତ ଏହି ଅଧିବେଶନରେ ସାମିଲ ହେବେ । ଦେଶରେ ବିଦ୍ୟାଳୟରେ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି ।

ଫୁଟବଲ ଟିମ ଇଣ୍ଡିଆ କ୍ୟାପଟେନ ସୁନୀଲ ଛେତ୍ରୀ

ଏହି କାର୍ଯ୍ୟକ୍ରମର ନାମ ରଖାଯାଇଛି "ଫିଟ୍ ଇଣ୍ଡିଆ ଟକସ୍"। ଶୁକ୍ରବାର ଏହି ନୂତନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ, ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଓ ଭାରତୀୟ ଫୁଟବଲ ଟିମର କ୍ୟାପଟେନ ସୁନୀଲ ଛେତ୍ରୀ ଉପସ୍ଥିତ ରହିବେ ।

କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ

ଫିଟ ଇଣ୍ଡିଆ ଟକସ୍ ଅଧିବେଶନ ଭାରତୀୟ କ୍ରୀଡା ପ୍ରାଧୀକରଣ(ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ) ଓ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଛି । "କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁଙ୍କୁ ଜୁଲାଇ 3 ଅପରାହ୍ନ 5.00ଟାରେ ଦେଶର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ କଥା ହେବାକୁ ଅନୁରୋଧ କରୁଛି । ସୁନୀଲ ଛେତ୍ରୀ ଓ ପିଭି ସିନ୍ଧୁ ପ୍ରଥମ ଅଧିବେଶନର କ୍ରୀଡାବିତ ରହିଛନ୍ତି । ଯେକୌଣସି ପ୍ରଶ୍ନ ଆପଣ ପଚାରି ପାରିବେ ଓ ଆଲୋତନାରେ ଭାଗ ନେଇପାରିବେ ।" ଏକ ଘୋଷଣାନାମରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ କହିଛନ୍ତି ।

ମୋଟ 6ଟି ଅଧିବେଶନ ସହ ଜୁଲାଇ 14 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ବ୍ୟାଡମିଣ୍ଟନ ଷ୍ଟାର ଅଶ୍ବିନି ବୋପାନ୍ନା, ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲ, ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା, ସୁଟର ଅପୁର୍ବି ଚାନ୍ଦେଲା, ପାରାଅଲମ୍ପିକ ଷ୍ଟାର ଦୀପା ମଲ୍ଲିକ ଏହି ଅଧିବେଶନରେ ସାମିଲ ହେବେ ।

ଏହି କାର୍ଯ୍ୟକ୍ରମର ପ୍ରସାରଣ ନିଶାଙ୍କଙ୍କ ସୋସିଆଲ ମିଡିଆ ପେଜ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସୋସିଆଲ ମିଡିଆ ପେଜ୍, ଫିଟ ଇଣ୍ଡିଆ ଫେସବୁକ ଓ ୟୁଟୁବ ଚ୍ୟାନେଲ, ସ୍ପୋର୍ଟ ଅଥରିଟି ଅଫ ଇଣ୍ଡିଆର ଫେସବୁକ ପେଜ୍, MyGov ୟୁଟୁବ ଚ୍ୟାନେଲରେ ପ୍ରସାରଣ ହେବ ।

ABOUT THE AUTHOR

...view details