ଓଡିଶା

odisha

ETV Bharat / sports

Paralympics: ନରୱାଲ ଓ ଅଦାନାଙ୍କୁ ପିଏମ ମୋଦିଙ୍କ ପ୍ରଶଂସା - ମନୀଷ ନରୱାଲ

ଭାରତୀୟ ପାରା-ସୁଟରଙ୍କ ଏହି ଐତିହାସିକ ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ମାତ୍ର ୧୯ ବର୍ଷରେ ପାରାଲମ୍ପିକ୍‌ ଚମ୍ପିଆନ ହେଲେ ମନୀଷ, ମୋଦିଙ୍କ ପ୍ରଶଂସା
ମାତ୍ର ୧୯ ବର୍ଷରେ ପାରାଲମ୍ପିକ୍‌ ଚମ୍ପିଆନ ହେଲେ ମନୀଷ, ମୋଦିଙ୍କ ପ୍ରଶଂସା

By

Published : Sep 4, 2021, 3:23 PM IST

ଟୋକିଓ:ଚଳିତ ପାରାଲମ୍ପିକ୍‌ରେ ଭାରତର ଐତିହାସିକ ବିଜୟ ପ୍ରଦର୍ଶନ ଜାରି ରହିଛି । ଶନିବାର ପଦକ ବର୍ଷା କରିଛନ୍ତି ଭାରତୀୟ ପାରା-ଆଥଲେଟ୍‌ । ସୁଟର ମନୀଷ ନରୱାଲ ଚଳିତ ପାରାଲମ୍ପିକ୍‌ରେ ଭାରତ ପାଇଁ ତୃତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି । P4 ମିଶ୍ରିତ ୫୦ ମିଟର ପିସ୍ତଲ SH1 ଇଭେଣ୍ଟରେ ଶନିବାର ମନୀଷ ସ୍ବର୍ଣ୍ଣ ଓ ଅନ୍ୟତମ ଭାରତୀୟ ସୁଟର ସିଙ୍ଘରାଜ ଅଦାନା ରୌପ୍ୟ ପଦକ ବିଜେତା ହୋଇଛନ୍ତି ।

ଭାରତୀୟ ପାରା-ସୁଟରଙ୍କ ଏହି ଐତିହାସିକ ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ଅନେକ କ୍ରୀଡାପ୍ରେମୀ ଖୁସିବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଯୁବ ସୁଟର ନରୱାଲଙ୍କ ସ୍ବର୍ଣ୍ଣ ପଦକ ବିଜୟକୁ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ କ୍ରୀଡାର ସ୍ବତନ୍ତ୍ର ମୂହୂର୍ତ୍ତ କହିଛନ୍ତି ।

୧୯ ବର୍ଷୀୟ ନରୱାଲ, ସ୍ବର୍ଣ୍ଣ ପଦକ ପାଇଁ ଜବରଦସ୍ତ ପ୍ରଦର୍ଶନ ସହ ମୋଟ ୨୧୮.୨ ପଏଣ୍ଟ ଅର୍ଜନ କରିଥିଲେ, ଯାହାକି ଏକ ପାରାଲମ୍ପିକ ରେକର୍ଡ । ଅନ୍ୟପଟେ ମଙ୍ଗଳବାର 10 ମିଟର ଏୟାର ପିସ୍ତଲ SH୧ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିବା ଅଦାନା, ୨୧୬.୭ ପଏଣ୍ଟ ସହ ରୌପ୍ୟ ହାତେଇଥିଲେ । ଋଷିଆନ ଅଲମ୍ପିକ କମିଟିର ସର୍ଜି ମାଲେସେଭ ୧୯୬.୮ ପଏଣ୍ଟ ଅର୍ଜନ ସହ ତୃତୀୟ ସ୍ଥାନରେ ରହିଥିଲେ ଓ କାଂସ୍ୟ ପଦକ ହାତେଇଥିଲେ ।

ଫରିଦାବାଦର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ବିଜେତା ଦୁଇ ଭାରତୀୟ ଖେଳାଳି ନରୱାଲ ଓ ଅଦାନା, ଚଳିତ ପାରାଲମ୍ପିକ୍‌ରେ ଏଥିସହ ଭାରତର ପଦକ ସଂଖ୍ୟାକୁ ୧୫ରେ ପହଞ୍ଚାଇଛନ୍ତି । ଏଥିରେ ୩ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ ଓ ୫ଟି କାଂସ୍ୟ ପଦକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details