ଓଡିଶା

odisha

ETV Bharat / sports

Asian champions trophy 2023 Final: ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ଚତୁର୍ଥ ଥର ପାଇଁ ଏସୀୟ ଚମ୍ପିଆନ୍ସ ଟ୍ରଫି ହାତେଇଲା ଭାରତ

ଚତୁର୍ଥ ଥର ପାଇଁ ଏସୀୟ ଚମ୍ପିଆନ୍ସ ଟ୍ରଫି ହାତେଇଲା ଭାରତ । ଛୁଟିଲା ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ

Asian champions trophy 2023 Final
Asian champions trophy 2023 Final

By

Published : Aug 13, 2023, 9:11 AM IST

ଚେନ୍ନାଇ:ସରି ସରି ଆସୁଥିଲା ସମୟ । କ୍ଷୀଣ ହେଉଥିଲା ଜିତିବାର ଆଶା । କିନ୍ତୁ ମନୋବଳ ଭାଙ୍ଗି ନଥିଲା । ଆତ୍ମ ବିଶ୍ବାସର ସହ ଟାଇଟଲ ଲଢେଇ ପାଇଁ ଚାଲିଥିଲା ଜୋରଦାର ପ୍ରୟାସ । 3-1 ଗୋଲରେ ଆଗୁଆ ରହିଥିଲା ମାଲେସିଆ ଆଉ ହାତରେ ଥିଲା 30 ମିନିଟ ସମୟ । ପ୍ରଥମ ଓ ଦ୍ବିତୀୟ କ୍ବାଟର ପରେ ତୃତୀୟ କ୍ବାଟରରେ ଖେଳର ମୋଡ ବଦଳିଥିଲା । ଆରମ୍ଭ ହୋଇଥିଲା ଭାରତୀୟ ହକି ଦଳର ଗୋଲ ବର୍ଷା । 2ଟି ଗୋଲ ଦେଇ ସ୍ଥିତି ବରାବର ଓ ଚତୁର୍ଥ କ୍ବାଟରରେ ଅର୍ଶଦୀପ ସିଂହଙ୍କ ଗୋଲ ଭାରତୀୟ ପୁରୁଷ ହକି ଦଳକୁ ଚଳିତ ଏସୀୟ ଚମ୍ପିଆନ୍ସର ଟାଇଟଲ ଲଢେଇରେ ବିଜୟୀ କରିଥିଲା । ଚତୁର୍ଥ ଥର ପାଇଁ ଭାରତ ଏସୀୟ ଚମ୍ପିଆନ୍ସ ଟ୍ରଫି ହାତେଇବାରେ ସୌଭାଗ୍ୟ ଅର୍ଜନ କରିଛି । ଏସୀୟ ଚମ୍ପିଆନ୍ସର ସପ୍ତମ ସଂସ୍କରଣରେ ଆୟୋଜକ ଭାରତ ଏଥର ଚମ୍ପିଆନ ହୋଇଛି । ଏଥି ପାଇଁ ଭାରତୀୟ ହକି ଦଳକୁ ଛୁଟିଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସୀୟ ଚମ୍ପିଆନ୍ସରେ ବିଜୟୀ ହୋଇଥିବାରୁ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ' ଏସୀୟ ଚମ୍ପିଆନସିପରେ ବିଜୟୀ ହୋଇଥିବାରୁ ଆମର ପୁରୁଷ ହକି ଦଳକୁ ଅଭିନନ୍ଦନ । ଏହା ହେଉଛି ଭାରତର ଚତୁର୍ଥ ବିଜୟ । ଆମର ଖେଳାଳୀମାନଙ୍କର ନିଷ୍ଠା, କଠୋର ପରିଶ୍ରମକୁ ପ୍ରତିଫଳନ କରୁଛି । ସେମାନଙ୍କର ଅସାଧାରଣ ପ୍ରଦର୍ଶନ ସମଗ୍ର ଦେଶକୁ ଗର୍ବିତ କରିଛି । ଖେଳାଳୀମାନଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା। ''

ଏହା ମଧ୍ୟ ପଢନ୍ତୁ-Asian champions trophy 2023 Final: ମାଲେସିଆକୁ ୪-୩ରେ ହରାଇ ଭାରତ ଚମ୍ପିଆନ୍‌

ସେହିପରି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଟ୍ବିଟ କରି କହିଛନ୍ତି ଯେ, ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ହକି ଷ୍ଟାଡିୟମରେ ଏସୀୟ ଚମ୍ପିଆନସିପ ଫାଇନାଲ ରୋମାଞ୍ଚକ ମ୍ୟାଚ ଦେଖିବାକୁ ମିଳିଲା । ଏସୀୟ ଚମ୍ପିଆନ୍ସ ଟ୍ରଫି ହାତେଇବା ଭାରତ ପାଇଁ ଏକ ଗୌରବର ବିଷୟ । ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଭାରତୀୟ ହକି ଦଳକୁ ମୋର ଶୁଭେଚ୍ଛା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ଚତୁର୍ଥ ଥର ପାଇଁ ଏସୀୟ ଚମ୍ପିଅନ୍ସ ଟ୍ରଫି ହାତେଇଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ଶନିବାର ଦିନ ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ହକି ଷ୍ଟାଡିୟମରେ ଏସୀୟ ଚମ୍ପିଆନ୍ସର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମାଲେସିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳି ୩-୧ ଗୋଲରେ ଆଗୁଆ ଥିଲା । କିନ୍ତୁ ମ୍ୟାଚର ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ନାଟକୀୟ ମୋଡ଼ରେ ଭାରତ କ୍ରମାଗତ ୩ଟି ଗୋଲ୍ ସ୍କୋର କରିଥିଲା । ଫଳରେ ଏକ ରୋମାଞ୍ଚକର ବିଜୟ ସହ ଟ୍ରଫି ହାତେଇଛନ୍ତି ମେନ୍‌ ଇନ୍‌ ବ୍ଲ୍ୟୁ । ତେବେ ଆୟୋଜକ ଭାରତ ହାଫ୍ ଟାଇମ୍ ସୁଦ୍ଧା ୧-୩ରେ ପଛୁଆ ଥିବା ବେଳେ ଗୋଟିଏ ମିନିଟ୍ ମଧ୍ୟରେ ଦୁଇଟି ଗୋଲ୍ ଦେଇ ଭାରତ ୩-୩ରେ ସ୍ଥିତିକୁ ବରାବର କରିଥିଲା । ଅଧିନାୟକ ହରମନପ୍ରୀତ ୪୪ତମ ମିନିଟ୍‌ରେ ଗୋଲ୍ ଦେଇଥିବା ବେଳେ ଗୁରଜନ୍ତ ସିଂହ ଫିଲ୍ଡ ଗୋଲ୍ ଦେଇ ସ୍କୋରକୁ ୩-୩ରେ ବରାବର କରିଥିଲେ । ଚତୁର୍ଥ ତଥା ବିଜୟୀ ଗୋଲଟି ଦେଇଥିଲେ ଅର୍ଶଦୀପ ସିଂହ ।

ABOUT THE AUTHOR

...view details