ଓଡିଶା

odisha

ETV Bharat / sports

ଟୋକିଓ ଅଲମ୍ପିକ୍ସ ପାଇଁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ, ଦେଲେ ଆଶୀର୍ବାଦ: ଦୂତୀ ଚାନ୍ଦ - ଟୋକିଓ ଅଲମ୍ପିକ୍ସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କଥା ହେବା ପରେ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ଧାବିକା ଦୂତୀ ଚାନ୍ଦ । ଅଧିକ ପଢନ୍ତୁ...

PM Modi motivated us and gave us his blessings for Tokyo Olympics: Dutee Chand
ଟୋକିଓ ଅଲମ୍ପିକ୍ସ ପାଇଁ ପ୍ରଧାନମନ୍ତ୍ରୀ ଉତ୍ସାହିତ କଲେ, ଆଶୀର୍ବାଦ ଦେଲେ: ଦୂତୀ ଚାନ୍ଦ

By

Published : Jul 13, 2021, 7:55 PM IST

Updated : Jul 13, 2021, 9:19 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କଥା ହେବାପରେ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ଧାବିକା ଦୂତୀ ଚାନ୍ଦ । ଟୋକିଓ ଅଲମ୍ପିକ୍ସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତୀୟ ଅଲମ୍ପିକ ଯୋଗ୍ୟ ଆଥଲେଟଙ୍କ ସହ କଥା ହୋଇଛନ୍ତି ଓ ଆଗାମୀ ଅଲମ୍ପିକ୍ସରେ ସଫଳତା କାମନା କରିଛନ୍ତି ।

ଟୋକିଓ ଅଲମ୍ପିକ୍ସ ପାଇଁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ, ଦେଲେ ଆଶୀର୍ବାଦ: ଦୂତୀ ଚାନ୍ଦ
ଅଲମ୍ପିକ ଆଥଲେଟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ

ଜୁଲାଇ 23ରୁ ଟୋକିଓ ଅଲମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବାବେଳେ ଜୁଲାଇ 17ରେ ଭାରତୀୟ ଅଲମ୍ପିକ ଟିମ ଦିଲ୍ଲୀ ବିମାନବନ୍ଦରରୁ ଟୋକିଓ ଯାତ୍ରା କରିବାର ସୂଚୀ ରହିଛି ।

ଦୂତୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଟୋକିଓ ଅଲମ୍ପିକରେ ଅଂଶଗ୍ରହଣ କରିବାକୁ ଯାଉଥିବା ଆଥଲେଟ୍‌ସଙ୍କ ସହ କଥା ହୋଇଛନ୍ତି । ମନୋବଳ ବଢାଇବା ସହ ଆଶୀର୍ବାଦ ପ୍ରଦାନ କରିଛନ୍ତି । ଲକ୍ଷ୍ୟ ହାସଲ କରିବାକୁ କରିଥିବା ସଂଘର୍ଷମୟ ଯାତ୍ରା ବିଷୟରେ ମୋଦି ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ ଓ କିପରି ଦୌଡିବା ଅଭ୍ୟାସ ପ୍ରସ୍ତୁତି କିପରି ଚାଲିଛି ବୋଲି ପଚାରିଥିଲେ ।" ଦୂତୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ଗର୍ବିତ ଅନୁଭବ କରୁଛି ।

ଭର୍ଚୁଆନ ଭିଡିଓ କନ୍ଫରେନ୍ସିଂ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଆରମ୍ଭ କରିଥିଲେ ଓ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ । MoS ନୀତିଶ ପ୍ରାମାଣିକ ଓ ଆଇନ ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଭାରତୀୟ ଅଲମ୍ପିକ ଆସୋସିଏସନ ସଭାପତି ନରିନ୍ଦର ବାତ୍ରାଙ୍କ ସହ ଉପସ୍ଥିତ ଥିଲେ ।

ମେରୀ କମ(ବକ୍ସର), ସାନିଆ ମୀର୍ଜା(ଟେନିସ), ମନିକା ବାତ୍ରା(ଟେବୁଲ ଟେନିସ), ଦୂତୀ ଚାନ୍ଦ(ଧାବିକା), ଦୀପିକା କୁମାରୀ(ତୀରନ୍ଦାଜ) ଓ ସାଜନ ପ୍ରକାଶଙ୍କ(ସନ୍ତରଣ) ଭଳି ଖେଳାଳି ଉପସ୍ଥିତ ଥିଲେ ।

ମୋଟ 18ଟି ଭିନ୍ନ ଖେଳରେ 126 ଜଣ ଆଥଲେଟ ଟୋକିଓ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିବେ । ଅଲମ୍ପିକ୍ସକୁ ଏଯାବତ ଭାରତ ପଠାଇଥିବା କୌଣସି ଟିମ ଠାରୁ ଏହି ଟିମ ବୃହତ୍ତମ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Jul 13, 2021, 9:19 PM IST

ABOUT THE AUTHOR

...view details