ଓଡିଶା

odisha

ETV Bharat / sports

ଜିତିଲା ୟୁ ମୁମ୍ବା, ଗୁଜରାଟ ଫର୍ଚ୍ୟୁନ ଜିଆଣ୍ଟସର ପ୍ରଥମ ପରାଜୟ

ପ୍ରୋ କବାଡି ଲଢେଇରେ ଗୁଜରାଟ ଫର୍ଚ୍ୟୁନ ଜିଆଣ୍ଟସକୁ 32-20 ପଏଣ୍ଟ ପରାସ୍ତ କରିଛି ୟୁ ମୁମ୍ବା । ଚଳିତ ସଂସ୍କରଣରେ ୟୁ ମୁମ୍ବାର ଏହା 2ୟ ବିଜୟ ହୋଇଥିବାବେଳେ, ଗୁଜରାଟ ଫର୍ଚ୍ୟୁନ ଜିଆଣ୍ଟସର ପ୍ରଥମ ପରାଜୟ ।

By

Published : Aug 3, 2019, 9:49 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ProKabaddi)

ହାଇଦ୍ରାବାଦ: ପ୍ରୋ କବାଡି ଲଢେଇରେ ଗୁଜରାଟ ଫର୍ଚ୍ୟୁନ ଜିଆଣ୍ଟସକୁ ହରାଇଛି ୟୁ ମୁମ୍ବା । ଘରୋଇ ଦର୍ଶକଙ୍କ ସାମ୍ନାରେ ଶେଷ ମ୍ୟାଚରେ ବିଜୟୀ ହୋଇଛି ୟୁ ମୁମ୍ବା । ଏହି ବିଜୟ ୟୁ ମୁମ୍ବାର ଚଳିତ ସଂସ୍କରଣରେ 2ୟ ବିଜୟ ହୋଇଥିବାବେଳେ, ଗୁଜରାଟ ଫର୍ଚ୍ୟୁନେଜିଆଣ୍ଟସର ପ୍ରଥମ ପରାଜୟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ProKabaddi)

ୟୁ ମୁମ୍ବା ବିଜୟର ହିରୋ ସାଜିଥିଲେ ସୁରିନ୍ଦର ସିଂହ । ସୁପର ରେଡ ସାଙ୍ଗକୁ ଉପଯୋଗୀ 5ପଏଣ୍ଟ ଗୁଜରାଟର ଅପରାଜେୟ ଧାରାକୁ ଭାଙ୍ଗିବାରେ ସହାୟକ ହୋଇଥିଲା । ଏହାସହ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଷ୍ଟାର ରେଡର ରୋହିତ ବଲିୟାନ ଅନ୍ୟଏକ ସୁପର ରେଡ କରିଥିଲେ । ଫଳରେ ୟୁ ମୁମ୍ବା ସପକ୍ଷରେ ମ୍ୟାଚର ସ୍ଥିତି ଢଳିଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ProKabaddi)

ପ୍ରଥମ 10 ମିନଟରେ 4-4ରେ ଉଭୟ ଦଳର ପଏଣ୍ଟ ବରାବର ଥିଲା । ତେବେ ମ୍ୟାଚର ପ୍ରଥମ 15 ମିନିଟ ଖେଳ ଶେଷ ବେଳକୁ ୟୁ ମୁମ୍ବା 9-7 ପଏଣ୍ଟରେ ଆଗୁଆ ରହିଥିଲା । ଗୁଜରାଟର ଡିଫେଣ୍ଡର ଚମତ୍କାର ସୁପର ଟାକେଲ କରି 9-9ରେ ପଏଣ୍ଟ ବରାବର କରିଥିଲେ । ତେବେ ଗୁଜରାଟକୁ ଅଲଆଉଟ କରି 15-9ରେ ପହଞ୍ଚିଥିଲା ୟୁ ମୁମ୍ବା । ପରେ ରୋହିତ ବଲିୟାନ ମ୍ୟାଚ 27ତମ ମିନିଟରେ ସୁପର ରେଡ କରି 18-10ରେ ୟୁ ମୁମ୍ବାକୁ ଆଗୁଆ କରିଥିଲେ । ଶେଷରେ ୟୁ ମୁମ୍ବା 32-20 ପଏଣ୍ଟରେ ବିଜୟୀ ହୋଇଥିଲା ।

ଅନ୍ୟଏକ ମ୍ୟାଚ ତେଲୁଗୁ ଟାଇଟାନସ ଓ ୟୁପି ଯୋଦ୍ଧା ମଧ୍ୟରେ ଖେଳା ଯାଇଥିଲା । ଏଥିରେ 20-20 ପଏଣ୍ଟରେ ମ୍ୟାଚ ଟାଇରେ ଶେଷ ହୋଇଛି ।

ABOUT THE AUTHOR

...view details