ଓଡିଶା

odisha

ETV Bharat / sports

ଆଜିଠୁ ଆରମ୍ଭ 'ପ୍ରୋ-କବାଡି'ର 7ମ ସଂସ୍କରଣ, ଭାରତ ବନାମ ଅବଶିଷ୍ଟ ବିଶ୍ବ

ପ୍ରୋ-କବାଡିର 7ମ ସଂସ୍କରଣ ଆଜିଠୁ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ତେଲଗୁ ଟାଇଟାନ୍ସ-ୟୁ ମୁମ୍ବା ଲଢେଇ ହେବ ।

By

Published : Jul 20, 2019, 1:46 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ସଫଳତାର ସହ କ୍ରମାଗତ 6ଟି ସଂସ୍କରଣ ଶେଷ ହେବାପରେ ପ୍ରୋ-କବାଡିର 7ମ ସଂସ୍କରଣ ଆରମ୍ଭ ହେଉଛି । ଆଜି ପ୍ରଥମ ଦିନରେ 2ଟି ମ୍ୟାଚ ରହିଛି । ପ୍ରଥମ ମ୍ୟାଚରେ ତେଲଗୁ ଟାଇଟାନ୍ସ-ୟୁ ମୁମ୍ବା ଲଢେଇ ହେବ । 2ୟ ମ୍ୟାଚରେ ବେଙ୍ଗାଲୁରୁ ବୁଲ୍ସ-ପାଟନା ପାଇରାଟ୍ସ ମଧ୍ୟରେ ଟକ୍କର ହେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଚଳିତ ସଂସ୍କରଣରେ ଡବଲ ରାଉଣ୍ଡ ରବିନ ଫର୍ମାଟରେ ଖେଳାଯିବ । ଅର୍ଥାତ ପ୍ରତ୍ୟେକ ଟିମ ପ୍ରତିପକ୍ଷଙ୍କ ବିପକ୍ଷରେ 2 ଲେଖାଏଁ ମ୍ୟାଚ ଖେଳିବ । ପ୍ରତି ଟିମ ହୋମ ସିଟିରେ ଲିଗ ମ୍ୟାଚ ଖେଳିବା ପରେ 4 ଦିନ ବିଶ୍ରାମ ପାଇବେ । ପ୍ରତ୍ୟେକ ଟିମ ହୋମ ସିଟିରେ 4ଟି ମ୍ୟାଚ ଶନିବାର, ରବିବାର, ବୁଧବାର ଓ ଶୁକ୍ରବାର ଖେଳିବ । ଟୁର୍ଣ୍ଣାମେଣ୍ଟର ଅଧା ପର୍ଯ୍ଯନ୍ତ ସମସ୍ତ ଟିମ ସମାନ ଲେଖାଏଁ ମ୍ଯାଚ ଖେଳିବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ


ଏହି ଟୁର୍ଣ୍ଣାମେଣ୍ଟ ଜୁଲାଇ 20ରୁ ଆରମ୍ଭ ହୋଇ ଅକ୍ଟୋବର 19ରେ ଫାଇନାଲ ମ୍ୟାଚ ଖେଳାଯିବ ।

ABOUT THE AUTHOR

...view details