ଓଡିଶା

odisha

ETV Bharat / sports

ତାମିଲ ତାଲାଇଭାସକୁ 1 ପଏଣ୍ଟରେ ହରାଇଲା ପାଟନା ପାଇରଟସ

ପାଟନା ପାଇରଟସ, ତାମିଲ ତାଲାଇଭାସକୁ 24-23 ପଏଣ୍ଟରେ ହରାଇଛି ।

By

Published : Jul 30, 2019, 12:00 PM IST

ପଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ProKabaddi)

ମୁମ୍ବାଇ: ପ୍ରୋ କବାଡି ଲିଗରେ ଦେଖିବାକୁ ମିଳିଛି ଆଉ ଏକ ରୋମାଞ୍ଚକର ଲଢେଇ । କଡା ଟକ୍କର ସତ୍ତ୍ବେ ଶେଷରେ ବାଜି ମାରିଛି ପାଟନା ପାଇରାଟସ୍ । 24-23 ପଏଣ୍ଟରେ ମାତ୍ର ଗୋଟିଏ ପଏଣ୍ଟ ବ୍ୟବଧାନରେ ତାମିଲ ତାଲାଇଭାସକୁ ମାତ ଦେଇଛି ପାଟନା ପାଇରଟସ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ(twitter@ProKabaddi)
ପଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ProKabaddi)

ତାମିଲ ତାଲାଇଭାସର ରାହୁଲ ଚୌଧୁରି ଓ ପାଟନା ପାଇରଟସର ପ୍ରଦୀପ ନରୱାଲଙ୍କ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା । ଉଭୟ ରେଡର ପ୍ରୋ କବାଡି ଲିଗର ଇତିହାସରେ ବେଶ ସଫଳ ଓ ଜବରଦସ୍ତ ଖେଳାଳି । ରାହୁଲ ଚୌଧୁରି ଏହ ମ୍ୟାଚରେ 900 ରେଡ ପଏଣ୍ଟ ପୂରଣ କରିଥିଲେ ।

ପଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ProKabaddi)

ମ୍ୟାଚର ଶେଷ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ଜୋରଦାର ଛକାପଞ୍ଝା ଦେଖିବାକୁ ମିଳିଥିଲା । 27 ତମ ମନିଟରେ ପଅଣ୍ଟ 14-13 ଓ ପରେ 16-16ରେ ବରାବର ହୋଇଥିଲା । ତେବେ 32ତମ ମିନିଟରେ ପାଟନା ପାଇରାଟସ 2ପଅଣ୍ଟ ଲିଡ ସହ 18-16ରେ ପହଞ୍ଚିଥିଲା । ତେବେ ତାମିଲ ତାଲାଇଭାସର ଡିପେଣ୍ଡର ପଏଣ୍ଟକୁ ବରାବର କରିଥିଲେ । ଶେଷ ଭାଗରେ ପ୍ରଦିପ ନରୱାଲ ଘନଘନ ଆକ୍ରମଣ କରିଥିଲେ । ମାତ୍ର ଶେଷ ମିନିଟରେ ରାହୁଲଙ୍କ ଏକ ଭୁଲ ତାମିଲ ତାଲାଇଭାସକୁ ମହଙ୍ଗା ପଡିଥିଲା ଓ ପାଟନାକୁ ଏକ ପଏଣ୍ଟରେ ବିଜୟୀ କରିଥିଲା ।

ABOUT THE AUTHOR

...view details