ମୁମ୍ବାଇ: ପ୍ରୋ କବାଡି ଲଢେଇରେ ଗୁଜରାଟ ଫର୍ଚ୍ୟୁନେଜିଆଣ୍ଟସର ବିଜୟ ଧାରା ଜାରି ରଖିଛି । ଫଳରେ ଦବଙ୍ଗ ଦିଲ୍ଲୀର ବିଜୟ ରଥରେ ବ୍ରେକ ଲାଗିଛି । 31-26 ପଅଣ୍ଟରେ ଦବଙ୍ଗ ଦିଲ୍ଲୀକୁ ମାତ ଦେଇଛି ଗୁଜରାଟ ଫର୍ଚ୍ୟୁନେଜିଆଣ୍ଟସ । ଏହା ଦବଙ୍ଗ ଦିଲ୍ଲୀର 4ର୍ଥ ମ୍ୟାଚରୁ ପ୍ରଥମ ପରାଜୟ ।
ଦିଲ୍ଲୀର ରେଡର ନବୀନ କୁମାର ପୁଣି ଏକ ସୁପର 10 ହାସଲ କରିଥିଲେ । ଏହାସହ 4ଟି ମ୍ୟାଚରୁ 42 ରେଡ ପଏଣ୍ଟ ସହ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ମ୍ୟାଚ ଆରମ୍ଭରୁ ହିଁ ଦବଙ୍ଗ 2-6ରେ ପଛୁଆ ରହିଥିଲା । ମ୍ୟାଚର 9ମ ମିନିଟରେ ଗୁଡରାଡର ଭେଟେରାନ ଡିଫେଣ୍ଡର ପରଭେସ ଭାଇନସ୍ବାଲ ନବୀନଙ୍କୁ ଆଉଟ କରି ବେଞ୍ଚକୁ ପଠାଇ ଦେଇଥିଲେ ଓ ସ୍କୋରକୁ 7-4ରେ ପହଞ୍ଚାଇଥିଲେ । ତେବେ ପଏଣ୍ଟରେ ପଛୁଆ ଥିବା ଦିଲ୍ଲୀ, ମ୍ୟାଚରେ ଜୋରଜାର କମବ୍ୟାକ କରିଥିଲା ।