ନୂଆଦିଲ୍ଲୀ:ପାରାଲମ୍ପିକ ଗେମ୍ସ ଆରମ୍ଭ ପୂର୍ବରୁ ଟୋକିଓରେ ପହଞ୍ଚିଲେ ଭାରତୀୟ ପାରାଲମ୍ପିକ୍ କମିଟି(PCI) ସଭାପତି ଦୀପା ମଲିକ ଓ ଉପମୁଖ୍ୟ ଦି ମିଶନ ଆରହନ ବଗାତି । ଗୁରୁବାର ସକାଳ ସମୟରେ ଉଭୟ ପ୍ରଶାସକ ଟୋକିଓରେ ପହଞ୍ଚିଛନ୍ତି । ଅଗଷ୍ଟ ୨୪ରୁ ପାରାଲମ୍ପିକ୍ ଖେଳ ଆରମ୍ଭ ହେବ ।
ବିମାନବନ୍ଦରରେ ପହଞ୍ଚିବା ପରେ ଦୀପା ଟ୍ବିଟରେ ଲେଖିଛନ୍ତି, "କୌଣସି ଅସୁବିଧା ହୋଇନାହିଁ । ସ୍ଥାନୀୟ କୋଭିଡ ନିୟମ ବିଷୟରେ ସରଳଭାବେ ଜାଣିବାକୁ ମିଳିଛି । ବିମାନବନ୍ଦରରେ ସହଯୋଗ ଓ ସ୍ବାଗତ ପାଇଁ ଭଲ୍ୟୁଣ୍ଟିଅର ରହିଛନ୍ତି ।"