ହଙ୍ଗଝୌ:ଏସୀୟ ପାରା କ୍ରୀଡାର ଚତୁର୍ଥ ସଂସ୍କରଣରେ ଭାରତକୁ ମିଳିଲା ଆଉ ତିନୋଟି ସ୍ବର୍ଣ୍ଣ । ମହିଳା ବ୍ୟାଡମିଣ୍ଟନ ଏକକ ବର୍ଗରେ ସ୍ବର୍ଣ୍ଣ ଜିତିଲେ ତୁଲସିମାଥୀ । ମହିଳା ସିଙ୍ଗଲ୍ସ SU5 ବର୍ଗରେ 2-0ରେ ସେ ଚୀନର କ୍ରୀଡାବିତଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗୱ୍ସରେ ସୁବାଶ ୟେଥିରାଜ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ମାଲେସିଆର ମହଦ ଆମିନଙ୍କୁ ସେ ଫାଇନାଲରେ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ପୁରୁଷ ବ୍ୟାଡମିଣ୍ଟନ ଡବଲ୍ସ SL3 -SL4ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଛନ୍ତି ଭାରତୀୟ ଯୁଗଳ ଯୋଡି ନିତେଶ ଓ ତରୁନ । ଇଣ୍ଡୋନେସିଆର ସେତିଓ୍ବାନ ଓ ଡ୍ବାଇକୋ ଯୋଡିକୁ ସେ ଫାଇନାଲରେ 2-1ରେ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସ SU5 ଇଭେଣ୍ଟରେ ଭାରତର ରାଜକୁମାର ଓ ଚିରାଗ ଯୋଡି ରୌପ୍ୟ ପଦକ ହାସଲ କରିଛନ୍ତି । ତୀରନ୍ଦାଜରେ ଭାରତକୁ ଆଉ ଏକ ରୌପ୍ୟ ପଦକ ମିଳିଛି । ତିରନ୍ଦାଜ ରାକେଶ କୁମାର ପୁରୁଷ ଏକକ କମ୍ପାଉଣ୍ଡ ଇଭେଣ୍ଟରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି।
ଏହା ମଧ୍ୟ ପଢନ୍ତୁ-Asian Para Games 2023: ଚମକିଲେ ଓଡିଆ ପୁଅ, ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ
ଆଜି ସକାଳ ସମୟରେ ପାରା ଏସୀୟ କ୍ରୀଡ଼ାରେ ପ୍ରମୋଦ ଭଗତଙ୍କୁ ବ୍ୟାଡ୍ମିଣ୍ଟନ ସିଙ୍ଗଲ୍ସ ଏସଏଲ3ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ନିଦେଶ କୁମାରଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ପ୍ରମୋଦ । ଫାଇନାଲରେ 22-20, 18-21, 21-19ରେ ବିଜୟ ହାସଲ କରିଥିଲେ ପ୍ରମୋଦ । ସେହିପରି ପୁରୁଷ ଯୁଗଳ ପ୍ରତିଯୋଗିତା ସେମିଫାନାଲରେ ପରାସ୍ତ ହୋଇ ସେ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ କ୍ରିଷ୍ଣାନଗର ରୌପ୍ୟ ପଦକ ହାସଲ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-Asian Para Games: ତୀରନ୍ଦାଜୀରେ ସ୍ବର୍ଣ୍ଣ ଜିତିଲେ ଶିତଲ, 1500 ମିଟର ଦୌଡରେ ରମନଙ୍କୁ ଗୋଲ୍ଡ ମେଡାଲ
ପାରା ଏସୀୟ କ୍ରୀଡାର ପଞ୍ଚମ ଦିନରେ ଭାରତ ଗୋଟିଏ ପରେ ଗୋଟିଏ ସ୍ବର୍ଣ୍ଣ ପଦକ ହାସଲ କରିଚାଲିଛି। 94ରେ ପହଞ୍ଚିଛି ଭାରତର ପଦକ ସଂଖ୍ୟା । ସେଥି ମଧ୍ୟରୁ 24ଟି ସ୍ବର୍ଣ୍ଣ ପଦକ ରହିଛି । ଭାରତ ପଦକ ସଂଖ୍ୟା 100 ପାର କରିବା ନେଇ ଆଶା କରାଯାଉଛି । ଅକ୍ଟୋବର 23 ତାରିଖରୁ ଚୀନର ହଙ୍ଗଝୌ ଏସୀୟ ପାରା କ୍ରୀଡ଼ାର ଚତୁର୍ଥ ସଂସ୍କରଣ ଆରମ୍ଭ ହୋଇଛି । ଏଥିରେ ଭାରତର 309 ଖେଳାଳି ଅଂଶଗ୍ରହଣ କରିଛନ୍ତି । ଆରମ୍ଭରୁ ହିଁ ଭାରତୀୟ କ୍ରୀଡ଼ାବିତ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିଚାଲିଛନ୍ତି ।