ଟୋକିଓ:ଚଳିତ ପାରାଲିମ୍ପିକ୍ସରେ ଭାରତର ଜଲୱା ଜାରି ରହିଛି । ପାରା ଆଥଲେଟମାନେ ଉଚ୍ଚକୋଟୀର ପ୍ରଦର୍ଶନ କରି ଦେଶ ପାଇଁ ପଦକ ହାତେଇବାରେ ଲାଗିଛନ୍ତି । ଆଜି(ବୁଧବାର) ଟୋକିଓ ପାରାଲିମ୍ପିକ୍ସରେ ଅଭିଯାନ ଆରମ୍ଭ କରିବେ ଓଡିଆ ପୁଅ ପ୍ରମୋଦ ଭଗତ ।
ଉଭୟ ମିଶ୍ରିତ ଯୁଗଳ ଏବଂ ଏକକ ବର୍ଗ ବ୍ୟାଡମିଣ୍ଟନରେ ଟୋକିଓ ଗ୍ରାଉଣ୍ଡକୁ ଓହ୍ଲାଇବେ ପ୍ରମୋଦ । ପ୍ରମୋଦ ଓ ପଲକ କୋହଲିଙ୍କ ଯୋଡି ଟୋକିଓ ସମୟ ସଂନ୍ଧ୍ୟା ୬ଟାରେ ପ୍ରଂନ୍ସର ଲୁକାସ ମାଜୁର ଓ ନୋଏଲ ଫଷ୍ଟିନଙ୍କୁ ଭେଟିବେ । ସେହିପରି ରାତି ୯ଟାରେ ନିଜ ପୁରୁଷ ଯୁଗଳ ସାଥୀ ତଥା ଅନ୍ୟତମ ଭାରତୀୟ ପଦକ ଦାବିଦାର ମନୋଜ ସରକାରଙ୍କ ସହ ମୁକାବିଲା କରିବେ ।
ପ୍ରମୋଦ ବିଶ୍ବ ଏକକ ପାରା ବ୍ୟାଡମିଣ୍ଟନ୍ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି । ମିଶ୍ରିତ ଯୁଗଳରେ ପଲକ ଓ ତାଙ୍କ ପ୍ରଦର୍ଶନ ବେଶ ରହିଛି । ପ୍ରଦର୍ଶନ ଦୃଷ୍ଟିରୁ ପ୍ରମୋଦ ବ୍ୟକ୍ତିଗତ ଭାବେ ଦୁଇଟି ପଦକ ଜିତିବେ ବୋଲି ଆଶା କରାଯାଉଛି । ବ୍ରାଜିଲ ଇଣ୍ଟରନ୍ୟାସନାଲ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ୍ରେ ଚମ ଦେଖାଇଥିଲେ ଓଡିଆ ପୁଅ ପ୍ରମୋଦ । ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ପ୍ରମୋଦ ଭଗତ ଚମ୍ପିଆନ ହୋଇଥିଲେ ।