ଓଡିଶା

odisha

ETV Bharat / sports

Olympics: ଅତୀତର ରୋଚକ ତଥ୍ୟ - OLYMPICS INTERESTING FACTS

ଅଲମ୍ପିକ୍ସକୁ ନେଇ ଅତୀତରେ କିଛି ରୋଚକ ତଥ୍ୟ ମଧ୍ୟ ରହିଛି, ଯାହା ଏବେବି କ୍ରୀଡାପ୍ରେମୀଙ୍କ ପାଇଁ କୌତୁହଳର ବିଷୟ ହୋଇ ରହିଛି । ଅଧିକ ପଢନ୍ତୁ...

OLYMPICS INTERESTING FACTS OF THE PAST
OLYMPICS: ଅତୀତର ରୋଚକ ତଥ୍ୟ

By

Published : Jul 22, 2021, 10:42 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ସବୁଠି ଏନେଇ ଶୁଭେଚ୍ଛା, ଶୁଭକାମନା ଓ ଉତ୍ସାହ ବଢିବାରେ ଲାଗିଛି । ତେବେ ଅଲମ୍ପିକ୍ସକୁ ନେଇ ଅତୀତରେ କିଛି ରୋଚକ ତଥ୍ୟ ମଧ୍ୟ ରହିଛି, ଯାହା ଏବେବି କ୍ରୀଡାପ୍ରେମୀଙ୍କ ପାଇଁ କୌତୁହଳର ବିଷୟ ହୋଇ ରହିଛି ।

ବର୍ଷ ୧୯୮୮, ୧୯୯୨ ଓ ୧୯୯୬ରେ ହୋଇଥିବା ଅଲମ୍ପିକରେ କିଛି ଏପରି ଘଟଣା ଘଟିଥିଲା ଯାହା ଏବେବି ଅଲମ୍ପିକ ଇତିହାସରେ ଚର୍ଚ୍ଚିତ ଓ ଅଭୁଲା ହୋଇ ରହିଛି ।

୧୯୮୮ ସିଓଲ ଅଲମ୍ପିକ:

ଉତ୍ତର କୋରିଆ ଏହି ଖେଳକୁ ବହିଷ୍କାର କରିଥିଲା, ଯେଉଥିରେ କ୍ୟୁବା, ଏଥିୟୋପିଆ ଓ ନିକାରାଗୁଆ ସାମିଲ ଥିଲେ ।

ଟେନିସ ୬୪ ବର୍ଷ ପରେ ଅଲମ୍ପିକ(ଖେଳ) କାର୍ଯ୍ୟକ୍ରମକୁ ଫେରିଥିଲା । ବର୍ତ୍ତମାନ ସମୟରେ ଏହି ଇଭେଣ୍ଟ ପେଷାଦାର ଭାବେ ଖେଳାଯାଉଛି । ଜର୍ମାନୀର ଷ୍ଟେଫି ଗାର୍ଫ ଅଲମ୍ପିକ ଗୋଲ୍ଡ ମେଦାଲ ବିଜୟ ସହ ଗ୍ରାଣ୍ଡ ସ୍ଲାମ ଟେନିସ ସିଜିନ ଶେଷ କରିଥିଲେ ।

ପ୍ରଦର୍ଶନ ବୃଦ୍ଧି କରିବାକୁ ଔଷଧ ସେବନ କରିଥିବା ୧୦ଜଣ ଆଥଲେଟ୍‌ଙ୍କୁ ଖେଳରୁ ବାହାର କରାଯାଇଥିଲା ।

ସ୍ବିଡେନର ଖଣ୍ଡାଧାରୀ କର୍ଷ୍ଟିନ ପାଲ୍‌ମ ୭ଟି ଅଲମ୍ପିକ୍ସରେ ପ୍ରଥମ ମହିଳା ଭାବେ ଖେଳିଛନ୍ତି ।

ପ୍ରଥମ ଥର ପାଇଁ ଘୋଡାସବାରୀ ଡ୍ରେସେଜ ଇଭେଣ୍ଟରେ ୩ଜଣ ମେଡାଲ ବିଜେତା ମହିଳା ଥିଲେ ।

କାନାଡାର ବେନ ଜନସନଙ୍କ ନାମରେ ୧୦୦ମିଟର ଦୌଡର ବିଶ୍ବ ରେକର୍ଡ ରହିଥିଲା । ମାତ୍ର ଷ୍ଟିରଏଡ ବ୍ୟବହାର ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହାପରେ ଆମେରିକାର କାର୍ଲ ଲିୱିସଙ୍କୁ ୧୦୦ ମିଟର ଇଭେଣ୍ଟର ସ୍ବର୍ଣ୍ଣ ବିଜେତା ଘୋଷିତ କରାଯାଇଥିଲା ।

1992 ବାର୍ସେଲୋନା ଅଲମ୍ପିକ:

ରଙ୍ଗଭେଦ ନୀତି ଶେଷ ସହ ଦକ୍ଷିଣ ଆଫ୍ରିକା ୩୨ ବର୍ଷ ପରେ ଅଲମ୍ପିକକୁ ଫେରିପାରିଥିଲା । ଅନ୍ତର୍ଜାତୀୟ ଅଲମ୍ପିକ କମିଟି ବାସନ୍ଦାଦେଶ ଶେଷ କରି ଖେଳିବାକୁ ପୁନଃ ଆମନ୍ତ୍ରଣ କରିଥିଲା ।

ଜର୍ମାନୀ ବର୍ଷ ୧୯୬୪ ଗ୍ରୀଷ୍ମକାଳୀନ ଅଲମ୍ପିକ ପରେ ପ୍ରଥମ ଥର ଏକିକୃତ ଦଳ ହୋଇଥିଲା । ବର୍ଷ ୧୯୯୦ରେ ଜର୍ମାନୀର ଏକୀକରଣ ହୋଇଥିଲା ।

ବ୍ୟାଡମିଣ୍ଟନ ଓ ମହିଳା ଜୁଡୋ (ଖେଳ) ଅଲମ୍ପିକ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା ।

1991 ରେ ସୋଭିଏତ୍ ୟୁନିଅନର ବିଲୋପ ପରେ ଇଷ୍ଟୋନିଆ, ଲାଟଭିଆ ଏବଂ ଲିଥୁଆ 1936 ପରଠାରୁ ପ୍ରଥମ ଥର ପାଇଁ ସେମାନଙ୍କ ଦଳ ପଠାଇଲେ। କ୍ରୋଏସିଆ, ସ୍ଲୋଭେନିଆ ଏବଂ ବୋସନିଆ ଏବଂ ହେର୍ଜେଗୋଭିନା ସୋସିଆଲିଷ୍ଟ ଫେଡେରାଲ୍ ରିପବ୍ଲିକ୍ ୟୁଗୋସ୍ଲାଭିଆ ପାଇଁ ଅଲିମ୍ପିକ୍ ଡେବ୍ୟୁ କରିଥିଲେ।

ଚାଇନିଜ୍ ଡାଇଭର (ସନ୍ତରଣକାରୀ) ଫୁ ମିଙ୍ଗକ୍ସିଆ 13 ବର୍ଷ ବୟସରେ ସର୍ବକନିଷ୍ଠ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ହେବାର ଗୌରବ ହାସଲ କରିଥିଲେ ।

ବ୍ରିଟେନର ଡେରେକ ରେଡମଣ୍ଡଙ୍କର ୪୦୦ ମିଟର ସେମିଫାଇନାଲ ହିଟ୍‌ ପ୍ରତିଯୋଗିତା ସମୟରେ ମାଂଶପେଶୀ ଟାଣି ହୋଇଯାଇଥିଲା । ଯନ୍ତ୍ରଣା କାରଣରୁ ଦୌଡ ଶେଷ କରିବାକୁ ସେ ସଂଘର୍ଷ କରୁଥିଲେ । ସେହି ସମୟରେ ତାଙ୍କ ପିତା ବିନା ମାନ୍ୟତାରେ ଟ୍ରାକ୍‌ରେ ପ୍ରବେଶ କରିଯାଇଥିଲେ ଓ ରେଡମଣ୍ଡଙ୍କୁ ଦୌଡ ସଂପୂର୍ଣ୍ଣ କରିବାକୁ ସାହାଯ୍ୟ କରିଥିଲେ । ଦର୍ଶକମାନେ ଠିଆ ହୋଇ ତାଙ୍କୁ କରତାଳି ମାଧ୍ୟମରେ ଅଭିବାଦନ ଜଣାଇଥିଲେ ।

୧୯୯୬ ଆଟଲାଣ୍ଟା ଅଲମ୍ପିକ:

ଲିଆଣ୍ଡର୍ ପେସ୍ ଅଲମ୍ପିକ୍ସରେ ଭାରତର 16 ବର୍ଷର ପଦକ ମରୁଡ଼ିକୁ ଟେନିସ୍ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ଜିତି ସମାପ୍ତ କରିଥିଲେ । 1952 ମସିହାରେ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିବା ଖଶାବା ଦାଦାସାହେବ ଯାଦବଙ୍କ ପରେ ସେ ବ୍ୟକ୍ତିଗତ ଇଭେଣ୍ଟରେ ଅଲିମ୍ପିକ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଥିଲେ।

ବକ୍ସିଂ କିମ୍ବଦନ୍ତୀ ମହମ୍ମଦ ଅଲି ଅଲମ୍ପିକ୍ ଦୀପ ଜାଳିଥିଲେ।

ସମସ୍ତ 197 ମାନ୍ୟତା ପ୍ରାପ୍ତ ଜାତୀୟ ଅଲମ୍ପିକ୍ କମିଟି ପ୍ରଥମ ଥର ପାଇଁ ଏହି ଗେମ୍ସରେ ଅଂଶଗ୍ରହଣ କରିଥିଲେ ।

ବେଳାଭୂମୀ(ବିଚ୍‌) ଭଲିଭଲ, ମାଉଣ୍ଟେନ୍ ବାଇକ୍, ହାଲୁକା ରୋଇଂ ଏବଂ ମହିଳା ଫୁଟବଲ୍ ଅଲମ୍ପିକ୍‌ ଗେମ୍ସରେ ଡେବ୍ୟୁ କରିଥିଲେ ।

ସୋଭିଏତ୍ ୟୁନିଅନ୍ ଠାରୁ ବିଚ୍ଛିନ୍ନ ହୋଇଥିବା 11 ଟି ରାଷ୍ଟ୍ର ସ୍ବାଧୀନ ଭାବରେ ଅଂଶଗ୍ରହଣ କରି ଆଟଲାଣ୍ଟାର ଗ୍ରୀଷ୍ମ ଅଲିମ୍ପିକ୍ସରେ ମୋଟ 24 ଟି ଦେଶ ଡେବ୍ୟୁ କରିଥିଲେ।

ଆମେରିକାର ଆଣ୍ଡ୍ରେ ଆଗାସୀ ପ୍ରଥମ ପୁରୁଷ ଏକକ ଟେନିସ୍ ଖେଳାଳି ଭାବରେ କ୍ୟାରିୟର ଗ୍ରାଣ୍ଡସ୍ଲାମ ସହିତ ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

୯ଟି ଅଲମ୍ପିକ୍ ଗେମ୍ସରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଅଷ୍ଟ୍ରିଆର ନାବିକ ହୁବର୍ଟ ରାଉଡ୍ସ ପ୍ରଥମ ବ୍ୟକ୍ତି ହୋଇଥିଲେ । ଟ୍ରାକ୍‌ ଏବଂ ଫିଲ୍ଡରେ ଆମେରିକାର କାର୍ଲ ଲୁଇସ୍ ତାଙ୍କର ନବମ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details