ଓଡିଶା

odisha

ETV Bharat / sports

Olympics: ସୋମବାର ପ୍ରଥମ ଦଫା ଭାରତୀୟ ଆଥଲେଟ୍‌ଙ୍କ ଅଭ୍ୟାସ - ଟୋକିଓ ଅଲମ୍ପିକ୍ସ

୧୮ଟି ଭିନ୍ନ ଖେଳରେ ମୋଟ ୧୨୭ଜଣ ଭାରତୀୟ ଆଥଲେଟ ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅଧିକ ପଢନ୍ତୁ...

Olympics: First batch of Indian athletes to start training in Tokyo on July 19
Olympics: ସୋମବାର ପ୍ରଥମ ଦଫା ଭାରତୀୟ ଆଥଲେଟ୍‌ଙ୍କ ଅଭ୍ୟାସ

By

Published : Jul 18, 2021, 8:53 PM IST

ଟୋକିଓ:ଜୁଲାଇ ୧୭ରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜାପାନ ଯାତ୍ରା କରିଥିବା ଭାରତୀୟ ଅଲମ୍ପିକ ଟିମ ରବିବାର ସୁରକ୍ଷିତ ଟୋକିଓରେ ପହଞ୍ଚିସାରିଛି । ଏଥିସହ ଅଲମ୍ପିକ୍ସ ଅଂଶଗ୍ରହଣ ଖେଳାଳିଙ୍କ ରହଣୀ ପାଇଁ ପ୍ରସ୍ତୁତ ଭିଲେଜରେ ପହଞ୍ଚିସାରିଛନ୍ତି ।

ବିମାନବନ୍ଦରରେ ସମସ୍ତ ୮୮ଜଣ ଆଥଲେଟ୍‌ଙ୍କର COVID-19 ଟେଷ୍ଟ ହୋଇଛି ଓ ରିପୋର୍ଟ ନେଗେଟିଭ ରହିଛି । ବିମାନବନ୍ଦରରେ ସେମାନଙ୍କର PVC କାର୍ଡ ମଧ୍ୟ ବୈଧ ହୋଇଛି ।

ସମସ୍ତ ଆଥଲେଟ୍‌ସ, କୋଚ ଓ ସପୋର୍ଟ ଷ୍ଟାଫ ଅଲମ୍ପିକ ଭିଲେଜରେ ସୁରକ୍ଷିତ ଭବେ ଆରାମରେ ରହିଥିବା ଏକ ଅଫିସିଆଲ ଘୋଷଣାନାମାରେ କୁହାଯାଇଛି ।

ସମସ୍ତ ସଦସ୍ୟଙ୍କୁ ସଂକ୍ରମଣ ରୋକିବାକୁ ହୋଇଥିବା ନିୟମ ବିଷୟରେ ଅବଗତ କରାଯାଇଛି ଓ COVID-19 ଟେଷ୍ଟିଂ କିଟ୍‌ ଖେଳାଳିଙ୍କ କୋଚ୍‌ଙ୍କୁ ବିତରଣ କରାଯାଇଛି ।

ସୋମବାର(ଜୁଲାଇ ୧୯)ରୁ ଅଭ୍ୟାସ ଆରମ୍ଭ କରିବେ ଭାରତୀୟ ଖେଳାଳି ।

୧୮ଟି ଭିନ୍ନ ଖେଳରେ ମୋଟ ୧୨୭ଜଣ ଭାରତୀୟ ଆଥଲେଟ ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅଲମ୍ପିକ୍ସକୁ ଭାରତ ଏଯାବତ ପଠାଇଥିବା କୌଣସି ଟିମ ଠାରୁ ଏହି ସଂଖ୍ୟା ଅଧିକ ।

ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଟୋକିଓ ଅଲମ୍ପିକ୍ସ ଜାରି ରହିବ । ଗତବର୍ଷ ଏହି ମେଗା ଟୁର୍ଣ୍ଣାମେଣ୍ଟ ହେବାନେଇ ସୂଚୀ ରହିଥିଲା ମାତ୍ର COVID-19 ସଂକ୍ରମଣ ଭୟ କାରଣରୁ ସମ୍ଭବ ହୋଇନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details