ଓଡିଶା

odisha

ETV Bharat / sports

ଆଗକୁ ଖେଲୋ ଇଣ୍ଡିଆରେ ଭଲ ପ୍ରଦର୍ଶନ କରିବ ଓଡିଶା: କ୍ରୀଡାମନ୍ତ୍ରୀ

ଆଗାମୀ 4ରୁ 5 ବର୍ଷ ମଧ୍ୟରେ ସବୁ ଦିଗରେ କ୍ରୀଡାର ବିକାଶ ହେବ । ଆଉ ଏହି ଖେଲୋ ଇଣ୍ଡିଆ ଗେମ୍ସରେ ଓଡିଶା ନିଜର ଦବଦବା ଜାହିର କରିବ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।

By

Published : Mar 1, 2020, 12:00 PM IST

odisha-to-play-well-in-khelo-india-ahead-sports-minister
ଆଗକୁ ଖେଲୋ ଇଣ୍ଡିଆରେ ଭଲ ପ୍ରଦର୍ଶନ କରିବ ଓଡିଶା: କ୍ରୀଡାମନ୍ତ୍ରୀ

କଟକ: ଓଡିଶାରେ ଆୟୋଜିତ ହେଉଛି ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ । ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବିଶ୍ବବିଦ୍ୟାଳୟ ଏଥିରେ ଭାଗ ନେଇଛନ୍ତି । ତେବେ ପ୍ରତିଯୋଗିତାରେ 10 ଦିନ ବିତିଯାଇଥିଲେ ସୁଦ୍ଧା ଆୟୋଜକ ଓଡିଶାର ଖେଳାଳିମାନେ ଉଲ୍ଲେଖନୀୟ ପ୍ରଦର୍ଶନ ଦେଖାଇ ପାରି ନାହାନ୍ତି ।

ଆଗକୁ ଖେଲୋ ଇଣ୍ଡିଆରେ ଭଲ ପ୍ରଦର୍ଶନ କରିବ ଓଡିଶା: କ୍ରୀଡାମନ୍ତ୍ରୀ

ଓଡିଆ ସ୍ପିଣ୍ଟର ତଥା ଅଲମ୍ପିଆନ ଦୂତୀ ଚାନ୍ଦଙ୍କୁ ଛାଡି ଦେଲେ ଅନ୍ୟ କୌଣସି ଖେଳାଳି ପ୍ରତିଯୋଗିତାରେ ଲାଇମ ଲାଇଟକୁ ଆସିପାରିନାହାନ୍ତି । ଅନ୍ୟପଟେ ଓଡିଶାର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ମଧ୍ୟ ବ୍ୟାଡମିଣ୍ଟନ ଟିମ ଇଭେଣ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ତେବେ ମୋଟାମୋଟି କହିବାକୁ ଗଲେ ୟୁନିଭର୍ସିଟି ଗେମ୍ସ ପାଇଁ ଓଡିଶାରେ ଭିତ୍ତିଭୂମିର ଅଭାବ ରହିଛି । ଯେଉଥି ପାଇଁ ଛାତ୍ରଛାତ୍ରୀମାନେ କ୍ରୀଡା ଦିଗରେ ସଫଳ ହେଉନାହାନ୍ତି । ତଥାପି ଆଗମୀ 4ରୁ 5 ବର୍ଷ ମଧ୍ୟରେ ସବୁ ଦିଗରେ କ୍ରୀଡାର ବିକାଶ ହେବ । ଆଉ ଏହି ଖେଲୋ ଇଣ୍ଡିଆ ଗେମ୍ସରେ ଓଡିଶା ନିଜର ଦବଦବା ଜାହିର କରିବ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details