ଓଡିଶା

odisha

ETV Bharat / sports

ଓଡିଶା ବଜେଟ: କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ 109 କୋଟି ବ୍ୟୟବରାଦ - ବଜେଟରେ କ୍ରୀଡାକୁ ଗୁରୁତ୍ବ

କ୍ରୀଡା ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ 109 କୋଟି ଟଙ୍କା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିକ ପଢନ୍ତୁ..

Odisha budget 2021-22: 90 cr fund allocation for Rourkela hockey stadium
ଓଡିଶା ବଜେଟ: କ୍ରୀଡା ଭିତ୍ତିଭୂମୀ ବିକାଶ ପାଇଁ 109 କୋଟି ବ୍ୟୟବରାଦ

By

Published : Feb 22, 2021, 7:38 PM IST

ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପନ ହେଲା 2021-22 ବର୍ଷର ଆର୍ଥିକ ଓଡିଶା ବଜେଟ । ସମସ୍ତ କ୍ଷେତ୍ରକୁ ଗୁରୁତ୍ବ ଦେବା ସହ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 1ଲକ୍ଷ 70 ହଜାର କୋଟି ଟଙ୍କାର ବ୍ୟୟବରାଦ ବିବରଣୀ ପାଠ କରିଛନ୍ତି ।

କ୍ରୀଡା ଭିତ୍ତିଭୂମୀର ବିକାଶ ଓ ପରିଚାଳନା ପାଇଁ 109 କୋଟି ଟଙ୍କା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏଥିରେ ଅର୍ବାନ ସ୍ପୋର୍ଟ୍ସ କମ୍ପ୍ଳେକ୍ସ ନିର୍ମାଣ ପାଇଁ ବ୍ୟୟ ହେବ ।

ଓଡିଶାରେ ଆୟୋଜିତ ହେବାକୁ ଥିବା 2023 ପୁରୁଷ ହକି ବିଶ୍ବକପର ପ୍ରସ୍ତୁତି ପାଇଁ ମଧ୍ୟ ରାଜ୍ୟସରକାର ଜୋର ଦେଉଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଏଥିପାଇଁ 90 କୋଟି ଟଙ୍କା ବ୍ୟୟବରାଦ ହୋଇଛି । 20,000 ଦର୍ଶକ କ୍ଷମତା ବିଶିଷ୍ଟ ରାଉରକେଲା ଷ୍ଟାଡିୟମର କାର୍ଯ୍ୟ ଚାଲୁରହିଛି ।

କ୍ରୀଡା ଶିକ୍ଷାର ପ୍ରୋତ୍ସାହନ ପାଇଁ 109 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଖେଲୋ ଇଣ୍ଡିଆକୁ ରାଜ୍ୟ ସହାୟତା ଭାବେ 11 କୋଟି, ରାଉରକେଲା, ସମ୍ବଲପୁର, କଟକରେ ଥିବା କ୍ରୀଡା ଭିତ୍ତିଭୂମିର ଉନ୍ନତି ପାଇ 8 କୋଟି ବଜେଟରେ ବ୍ୟୟବରାଦ ହୋଇଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details