ଭୁବନେଶ୍ବର: ଓଡିଶା ତଥା ଭାରତର କ୍ରୀଡା ଜଗତର ଏକ ସଶ୍ରଦ୍ଧ ଉଚ୍ଚାରଣ ହେଉଛନ୍ତି ଦୂତୀ ଚାନ୍ଦ। ଭାରତୀୟ ଆଥଲେଟ ବିଶେଷ କରି 100 ମିଟର ଖେଳରେ ତାଙ୍କର ଅବଦାନ ତାଙ୍କୁ ଦୌଡ଼ରାଣୀର ପରିଚୟ ଦେଇଛି । ଖୁବ କମ ବୟସରୁ ସେ ରାଜ୍ୟ ତଥା ଦେଶ ପାଇଁ ଖେଳି ବେଶ ସୁନାମ ଓ ପ୍ରସିଦ୍ଧି ଆଣିଥିବା ଦୂତୀ ଆଜି 23 ବର୍ଷରେ ପଦାର୍ପଣ କରିଛନ୍ତି ।
ଜନ୍ମଦିନ ଅବସରରେ ଭୁବନେଶ୍ବରର ଏକ ହୋଟେଲରେ ଦୂତୀଙ୍କ ଏକ ସ୍ବତନ୍ତ୍ର ଶୁଭେଚ୍ଛା ଉତ୍ସବର ଆୟୋଜନ ହୋଇଛି । ରାଜ୍ୟର କ୍ରୀଡା ସାମ୍ବାଦିକ, କଳାକାର, କ୍ରୀଡ଼ାବିତ, ଶିକ୍ଷାବିତ ଓ ବୁଦ୍ଧିଜୀବୀ ଏଥିରେ ଯୋଗ ଦେଇ ତାଙ୍କର ଭବିଷ୍ୟତ ଉଜ୍ଜ୍ବଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।