ଓଡିଶା

odisha

ETV Bharat / sports

Obituary: ଏକ ରେସ୍‌, ମିଲଖା ସିଂହଙ୍କ ଜୀବନର

ବିଜୁଳିର ଗତି ଏବଂ ଉତ୍ସାହ ସହିତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟ୍ରାକ ଓ ଫିଲ୍ଡ ଉପରେ ପ୍ରଭାବୀ ରହିଥିବା ସର୍ବାଧିକ ପ୍ରଖ୍ୟାତ ଭାରତୀୟ ଧାବକ ମିଲଖା ସିଂହ ଏପରି ଏକ ଦେଶରେ ନୂତନ ଆଭାକୁ ଜନ୍ମ ଦେଇଥିଲେ ଯେଉଁଠି ଆଥଲେଟିକ୍ସକୁ ବହୁତ କମ ସମର୍ଥନ ମିଳୁଥିଲା । ଅଗଣିତ ଆହ୍ବାନ, ଅନେକ ବାଧାବିଘ୍ନ ସତ୍ତ୍ବେ ମିଲଖା ସଫଳତାର ସହ ଭାରତୀୟ କ୍ରୀଡାରେ ନିଜର ଛାପ ଛାଡିଯାଇଛନ୍ତି । ଅଧିକ ପଢନ୍ତୁ...

By

Published : Jun 19, 2021, 9:50 PM IST

Obituary: The Race of Milkha Singh's Life
Obituary: ଏକ ରେସ୍‌, ମିଲଖା ସିଂହଙ୍କ ଜୀବନର

ହାଇଦ୍ରାବାଦ:ବିଜୁଳିର ଗତି ଏବଂ ଉତ୍ସାହ ସହିତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟ୍ରାକ ଓ ଫିଲ୍ଡ ଉପରେ ପ୍ରଭାବୀ ରହିଥିବା ସର୍ବାଧିକ ପ୍ରଖ୍ୟାତ ଭାରତୀୟ ଧାବକ ମିଲଖା ସିଂହ ଏପରି ଏକ ଦେଶରେ ନୂତନ ଆଭାକୁ ଜନ୍ମ ଦେଇଥିଲେ ଯେଉଁଠି ଆଥଲେଟିକ୍ସକୁ ବହୁତ କମ ସମର୍ଥନ ମିଳୁଥିଲା । ଅଗଣିତ ଆହ୍ବାନ, ଅନେକ ବାଧାବିଘ୍ନ ସତ୍ତ୍ବେ ମିଲଖା ସଫଳତାର ସହ ଭାରତୀୟ କ୍ରୀଡାରେ ନିଜର ଛାପ ଛାଡିଯାଇଛନ୍ତି । 20 ନଭେମ୍ବର 1929ରେ ପାକିସ୍ତାନର ଗୋବିନ୍ଦପୁରା ଗ୍ରାମର ଏକ ଶିଖ୍‌ ପରିବାରରେ ଜନ୍ମ ହୋଇଥିବା ମିଲଖାଙ୍କ ଧାବକ କ୍ୟାରିୟର ଦୁର୍ଭାଗ୍ୟପୂର୍ଣ୍ଣ ଭାବରେ ଆରମ୍ଭ ହୁଏ ।

ଦେଶ ବିଭାଜନ ସମୟରେ ଧରାପଡିଯିବା ପରେ ମିଲଖା, ଏକ ଖଣ୍ଡାଧାରୀ କବଳରୁ ନିଜ ଜୀବନ ବଞ୍ଚାଇବାକୁ ଦୌଡିଥିଲେ । ଖଣ୍ଡାଧାରୀ ଘୋଡାରେ ସବାର ଥିବାବେଳେ ମିଲଖା ଖାଲି ପାଦରେ ଦୌଡୁଥିଲେ । ଜୀବନ ବଞ୍ଚାଇବାକୁ ତାଙ୍କୁ ଏହି ଦୌଡ ଜିତିବାକୁ ଥିଲା । ଏହି ଅବସର ଭୟଭୀତ ବାଳକ ଜଣଙ୍କ ନିଜର ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲା । ପରେ ଦୌଡିବା ସ୍ବାଭାବିକ ଭାବେ ମିଲଖା ସହ ଯୋଡିହୋଇ ଯାଇଥିଲା । ଏକ ଖେଳ ଯାହା ତାଙ୍କୁ ସେଦିନ ନିଶ୍ଚିନ୍ତ ହତ୍ୟାରୁ ବଞ୍ଚାଇଥିଲା ପରେ ତାଙ୍କର ପ୍ରେରଣା ଓ ସମ୍ମାନର ସର୍ବବୃହତ ଉତ୍ସ ସାଜିଥିଲା ।

ପାକିସ୍ତାନରେ ନିଜର 'ଘର' ଛାଡି ଦୌଡି ପଳାଇଯାଇ ଭାରତରେ ଶରଣ ନେବା ପରେ ମିଲଖା ସମସ୍ତ ମାନବିକ କାର୍ଯ୍ୟରେ ସାମିଲ ହୋଇଗଲେ । ମାତ୍ର ଯେବେ ଉର୍ଜାବାନ ଯୁବକ ଭାବେ ଭାରତୀୟ ସେନାରେ ଭର୍ତ୍ତି ହେଲେ, ତାଙ୍କର ଆରାମ ଭରା ଜୀବନ ୟୁ-ଟର୍ଣ୍ଣ ନିଏ । ଭଲ ପାଇଁ । ଧାବକ ଭାବେ ନିଜକୁ ପ୍ରସ୍ତୁତ କରିବାକୁ ଲାଗିଲେ, ସିକନ୍ଦରାବାଦ କଣ୍ଟେନମେଣ୍ଟ ଟ୍ରାକ ତାଙ୍କର ପ୍ରସ୍ତୁତିର ଠିକଣା ଥିଲା । ଏହାପରେ କେବେ ପଛକୁ ଫେରି ଚାହିଁନାହାନ୍ତି ସେ । ସେନାରେ କଠୋର ପ୍ରଶିକ୍ଷଣ, ଶୃଙ୍ଖଳା, ଖାଦ୍ୟପେୟ କଟକଣା ତାଙ୍କୁ ଦ୍ରୁତ ଓ ଫିଟ୍‌ ବନାଇବାରେ ସହାୟକ ହୁଏ । ଖୁବଶୀଘ୍ର ସେ ଗୋଟିଏ ପରେ ଗୋଟିଏ ପଦକ ଜିତି ସର୍ବୋତ୍ତମ ପ୍ରମୁଖ ବ୍ୟକ୍ତିଗତ ସ୍ପୋର୍ଟ୍ସ ଷ୍ଟାର ରୂପରେ ନିଜକୁ ପ୍ରତିପାଦିତ କରନ୍ତି ।

ମିଲଖା ଏକ ବହୁଦେଶୀୟ ଦୌଡ ପ୍ରତିଯୋଗିତାରେ ଯେଉଁଥିରେ ପ୍ରାୟ 400 ସୈନିକ ଭାଗ ନେଇଥିଲେ ସେଥିରେ ଷଷ୍ଠ ସ୍ଥାନରେ ରହିବାପରେ ତାଙ୍କୁ ଅଧିକ ପ୍ରଶିକ୍ଷଣ ପାଇଁ ଚୟନ କରାଯାଏ । ଯାହା କି ଏକ ପ୍ରଭାବଶାଳୀ କ୍ୟାରିୟରର ଭିତ୍ତିପ୍ରସ୍ତର ସାବ୍ୟସ୍ତ ହୁଏ । ଦେଶର ପ୍ରତିଷ୍ଠିତ ଟ୍ରାକ ଓ ଫିଲ୍ଡ କିମ୍ବଦନ୍ତୀ ମିଲଖା ପ୍ରଥମ ଥର ମେଲବର୍ଣ୍ଣରେ 1956 ଅଲମ୍ପିକରେ ଓ 1960ରେ ରୋମ ଅଲମ୍ପିକ ଓ 1964 ଟୋକିଓ ଅଲମ୍ପିକରେ ବାରତର ପ୍ରତିନିଧିତ୍ବ କରିଛନ୍ତି । ଯାହା ତାଙ୍କୁ ଭାରତର ସମସ୍ତ ସାଥୀ ମଧ୍ୟରେ ସବୁଠୁ ଲମ୍ବା ଅଲମ୍ପିଆନ ବନାଇଥିଲା । ଏହାପରେ ତାଙ୍କର କ୍ରମାଗତ ଜବରଦସ୍ତ ପ୍ରଦର୍ଶନ ଏସିଆର ସର୍ବଶ୍ରେଷ୍ଠ ଧାବକ ମଧ୍ୟ ବନାଇଥିଲା ।

ମେଲବର୍ଣ୍ଣ ଖେଳରେ ତାଙ୍କର ପ୍ରଥମ ଉପସ୍ଥିତି, ଏକ ନବାଗତ ମିଲଖାଙ୍କୁ ପ୍ରଭାବିତ କରିପାରିନଥିଲା । 200 ମିଟର ଓ 400 ମିଟର ହିଟ୍‌ରେ ଭାଗ ନେଇଥିଲେ । ଦୁଇଟି ଯାକରେ ସେ ପଦକ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୁଅନ୍ତି ମାତ୍ର ମିଲଖା ଘରକୁ ଖାଲି ହାତରେ ନୁହେଁ ବରଂ ସଂପୂର୍ଣ୍ଣ ବଦଳିଥିବା ଧାବକ ହୋଇ ଫେରନ୍ତି ।

ଆମେରିକାର ମହାନ ଆଥଲେଟ ଚାର୍ଲସ ଜେନକିନସଙ୍କୁ ସାକ୍ଷାତ କରିବା ପରେ ଦୌଡିବା ପ୍ରତି ତାଙ୍କର ଦୃଷ୍ଟିକୋଣ ବଦଳିଯାଏ । ଜେନକିନ 1956 ଅଲମ୍ପିକ୍ସରେ ଉଭୟ 400 ମିଟର ବ୍ୟକ୍ତିଗତ ଦୌଡ ଇଭେଣ୍ଟ ଓ 4x400 ମିଟର ରିଲେ ଦୌଡରେ ମଧ୍ୟ ସ୍ବର୍ଣ୍ଣ ପଦ ଜିତିଥିଲେ ।

ମେଲବର୍ଣ୍ଣରୁ ଫେରିବା ପରେ, ଏକ ପରିପକ୍ବ ମିଲଖା ନିଜର ଟ୍ରାକ ସମୟ ସୁଧାରିବାରେ ନିଜକୁ ବ୍ୟସ୍ତ ରଖିବାକୁ ଲାଗିଗଲେ । ତାଙ୍କର ସମର୍ପଣ, ନିଷ୍ଠା, କଠିନ ପରିଶ୍ରମ ଓ ଦୌଡ ପ୍ରତି ଆଗ୍ରହ ତାଙ୍କୁ ନିଜର ଶବ୍ଦ "ଦୌଡନ୍ତା ମେସିନ" କରିଦିଏ ।

ତାଙ୍କର ସ୍ବର୍ଣ୍ଣିମ ଦୌଡ ଜାରି ରୁହେ । ଏଥର ସେ 46.6 ସେକେଣ୍ଡର ରେକର୍ଡ ସମୟ ସହ 400 ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ଜିତି ରାଜ୍ୟଗୋଷ୍ଠୀ କ୍ରୀଡା ଟ୍ରାକ୍‌କୁ କବଜା କରନ୍ତି । ଯାହାକି ସମ୍ମାନଜନକ CWGରେ ସ୍ବତନ୍ତ୍ର ଭାରତକୁ ପ୍ରଥମ ସ୍ବର୍ଣ୍ଣ ବିଜେତା ବନାଇ ଦିଏ । 2014 ସଂସ୍କରଣରେ ଡିସକସ ଥ୍ରୋର ବିକାଶ ଗୌଡାଙ୍କ ପୂର୍ବରୁ 56 ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତଗତ ଆଥଲେଟିକ୍ସ CWGରେ ସ୍ବର୍ଣ୍ଣ ପଦକ ହାସଲକାରୀ ଭାବେ ଏକମାତ୍ର ଭାରତୀୟ ପୁରୁଷ ଖେଳାଳି ରୁହନ୍ତି ।

ଏହି ସମୟରେ 1969 ରୋମ ଅଲମ୍ପିକ୍ସକୁ ଆଉ ଅଳ୍ପଦିନ ବାକିଥାଏ । 100 ମିଟର ଇଭେଣ୍ଟରେ ଦୁଇଥରର ଏସିଆଡ ସ୍ବର୍ଣ୍ଣ ପଦକ ବିଜେତା "ଫ୍ଲାଇଂ ବାର୍ଡ ଅଫ ଏସିଆ" ଅବଦୁଲ ଖାଲିକଙ୍କୁ ହରାଇ ପାକିସ୍ତାନ ଆର୍ମୀ ଜେନେରାଲ ଆୟୁବ ଖାନଙ୍କ ଠାରୁ ଫ୍ଲାଇଁ ଶିଖ୍‌ର ଉପାଧୀ ହାସଲ କରିସାରିଥାନ୍ତି ମିଲଖା ।

ରୋମ ଖେଳରେ ଅଲମ୍ପିକ ପୋଡିୟମର ନିକଟତର ହୁଅନ୍ତି ମିଲଖା । 400 ମିଟର ଦୌଡ ଇଭେଣ୍ଟରେ ଅଧାଟ୍ରାକ ପର୍ଯ୍ୟନ୍ତ ମିଲଖା ସମସ୍ତଙ୍କୁ ପଛରେ ପକାଇ ସର୍ବାଗ୍ରେ ରୁହନ୍ତି, ତାଙ୍କର ପ୍ରତିନ୍ଦ୍ବନ୍ଦ୍ବୀମାନେ ତାଙ୍କୁ ଟପିବାକୁ ସଂଘର୍ଷ କରୁଥାନ୍ତି, ଏତିକିବେଳେ ମିଲଖା ଆରାମ କରିବାକୁ ନିର୍ଣ୍ଣୟ ନେଇଗଲେ, ପରେ ଅନ୍ୟମାନେ ତାଙ୍କୁ ପଛରେ ପକାଇଦେଲେ , ଯାହା ତାଙ୍କୁ ଅଲମ୍ପିକ ସ୍ବର୍ଣ୍ଣ ଜିତିବାର ବହୁ ପ୍ରତିକ୍ଷିତ ଲକ୍ଷ୍ୟ ପାଇଁ ମହଙ୍ଗା ସାବ୍ୟସ୍ତ ହୁଏ ।

ମିଲଖା 45.73 ସେକେଣ୍ଡରେ ପହଞ୍ଚି ଚତୁର୍ଥ ସ୍ଥାନରେ ଦୌଡ ଶେଷ କରନ୍ତି ଓ ଆମେରିକାର ଓଟିସ ଡେଭିସ, ଜର୍ମାନୀର କାର୍ଲ କୌଫମନ ଓ ଦକ୍ଷିଣ ଆଫ୍ରିକାର ମାଲକମ ସ୍ପେନସଙ୍କ ଠାରୁ ପଛରେ ସନ୍ତୁଷ୍ଟ ହେବାକୁ ପଡେ ।

ଏକ ସୁବର୍ଣ୍ଣ ସୁଯୋଗ ବେକାର ହୋଇଯାଏ, ନା ମିଲଖା ନା ତାଙ୍କର ଅନୁସରଣକାରୀ ଏଯାବତ ଏହା ହାସଲ କରିପାରଛନ୍ତି । ମାତ୍ର ଟ୍ରାକ ଓ ଫିଲ୍ଡ ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହିବା ଅଲମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

ଅଲମ୍ପିକ ପଦକ ମିଲଖାଙ୍କୁ ମିଳିପାରିଲାନି, କିନ୍ତୁ ସେ ସର୍ବଦା ସର୍ବକାଳୀନ ସର୍ବାଧିକ ସମ୍ମାନିତ ଭାରତୀୟ ଟ୍ରାକ ଆଇକନ ହୋଇ ରହିଛନ୍ତି । ନିଜର ଆଗ୍ରହ, ଦୌଡ, ଅଲବିଦା କହିବା ପରେ ସେ ନିଜର ଆତ୍ମକଥା "ଦ ରେସ୍‌ ଅଫ ମାଇଁ ଲାଇଫ" ଶୀର୍ଷକରେ ଲେଖିଥିଲେ । ଯାହାକୁ ତାଙ୍କର ଝିଅ ସୋନିଆ ସନୱାଲକାଙ୍କ ସହଯୋଗରେ ଜୁଲାଇ 28, 2013ରେ ପ୍ରକାଶିତ କରାଯାଏ । ପରେ ଏହା ପୁସ୍ତକ ସିଲଭର ସ୍କ୍ରିନରେ ପହଞ୍ଚେ । ଅଭିନେତା ଫରହାନ ଅଖତର ମିଲଖାଙ୍କ ଚରିତ୍ରରେ ଅଭିୟନ କରନ୍ତି ଓ ପୁସ୍ତକରେ ଲିଖିତ ବିଷୟକୁ ନେଇ ମିଲଖାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ "ଭାଗ୍‌ ମିଲଖା ଭାଗ୍‌" ହୁଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details