ଓଡିଶା

odisha

ETV Bharat / sports

Doha Diamond League: ସ୍ବର୍ଣ୍ଣ ପଦକ ଜିତିଲେ ସୁନାପୁଅ ନୀରଜ - ଦୋହା ଡାଏମଣ୍ଡ ଲିଗ

ରାଜଧାନୀ ଦୋହାରେ ଆୟୋଜିତ ଡାଏମଣ୍ଡ ଲିଗରେ ସ୍ବର୍ଣ୍ଣ ପଦକ ହାସଲ କଲେ ନୀରଜ  ଚୋପ୍ରା । ଅଧିକ ପଢନ୍ତୁ

Doha Diamond League
Doha Diamond League

By

Published : May 6, 2023, 8:00 AM IST

ଦୋହା:ଦୋହାଡାଏମଣ୍ଡ ଲିଗରେ ଜାଭେଲିନ ତାରକା ନୀରଜ ଚୋପ୍ରାଙ୍କୁ ସଫଳତା । ବିଜୟରୁ ଚଳିତ ବର୍ଷର ଅଭିଯାନ ଆରମ୍ଭ କଲେ ସୁନା ପୁଅ ନୀରଜ । କତାର ରାଜଧାନୀ ଦୋହାରେ ଆୟୋଜିତ ଡାଏମଣ୍ଡ ଲିଗରେ ସ୍ବର୍ଣ୍ଣ ପଦକ ହାସଲ କଲେ ନୀରଜ ଚୋପ୍ରା । ପ୍ରଥମ ପ୍ରୟାସରେ 88. 67 ମିଟର ଦୂରକୁ ଜାଭେଲିନ ଥ୍ରୋ କରି ସ୍ବର୍ଣ୍ଣ ପଦକ ପକ୍କା କରିଥିଲେ ନିରଜ । ବିଶ୍ବ ବିଜେତା ଆଣ୍ଡରସନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଥିଲେ ନୀରଜ । ଅଲମ୍ପିକ ରୌପ୍ୟ ବିଜେତା ଜାକୁବ ଭେଦଲେକ 88.63 ମିଟର ଜାଭଲିନ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଆଣ୍ଡରସନ ପିଟର୍ସ 85.88 ମିଟର ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ଡାଇମଣ୍ଡ ଲିଗ, ନୀରଜଙ୍କ ଉପରେ ନଜର

ପ୍ରଥମ ରାଉଣ୍ଡରେ ନୀରଜ 88.67 ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗିଥିଲେ । ଏହାପରେ ଦ୍ବିତୀୟ ରାଉଣ୍ଡରେ 86.04 ମିଟର ଫିଙ୍ଗିଥିଲେ ଓ ତୃତୀୟ ରାଉଣ୍ଡରେ 85.47 ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗିଥିଲେ । ସେହିପରି ଚତୁର୍ଥ ରାଉଣ୍ଡରେ ଫାଉଲ ହୋଇଯାଇଥିବା ବେଳେ ପଞ୍ଚମ ରାଉଣ୍ଡରେ 84.37 ମିଟର ଏବଂ ଶେଷ ରାଉଣ୍ଡରେ 86.52 ମିଟର ଜାଭେଲିନ ଥ୍ରୋ କରିଥିଲେ ନୀରଜ । ପ୍ରଥମ ସ୍ଥାନରେ ରହି ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଜାକୁବ ରୌପ୍ୟ ଓ ପିଟରସନ ବ୍ରୋଞ୍ଚ ପଦକ ହାସଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-IPL 2023: ରାଜସ୍ଥାନ ବିପକ୍ଷରେ ଗୁଜୁରାଟର ସହଜ ବିଜୟ, ଦେଖନ୍ତୁ ମ୍ୟାଚ ବେଳର କିଛି ଦୃଶ୍ୟ

ଡାଏମଣ୍ଡ ଲିଗରେ ପ୍ରଥମ ସ୍ଥାନରେ ରହିବା ପରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ଅନୁରାଗ ଠାକୁର ଲେଖିଛନ୍ତି ଯେ, ''ଦୋହା ଡାଇମଣ୍ଡ ଲିଗରେ 88. 67 ମିଟର ଦୂରକୁ ଜାଭେଲିନ ଥ୍ରୋ କରି ଦେଶ ପାଇଁ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା । ଜଣେ ପ୍ରକୃତ ଚାମ୍ପିଅନ ଦେଶକୁ ପୁଣି ଗର୍ବିତ କରାଇଛନ୍ତି । ଡାଏମଣ୍ଡ ଲିଗରେ ବିଜୟ ପାଇଁ ନୀରଜଙ୍କୁ ମୋ ତରଫରୁ ଶୁଭେଚ୍ଛା। ''

ଗତବର୍ଷ ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ଡାଇମଣ୍ଡ ଲିଗ ଟ୍ରଫି ହାତେଇଥିଲେ ନିରଜ । ସୁଇଜରଲ୍ୟାଣ୍ଡ ଜୁରିଚରେ ଅନୁଷ୍ଠିତ ଡାଇମଣ୍ଡ ଲିଗ ଫାଇନାଲରେ 88.44 ମିଟର ଜାଭେଲିନ୍ ଫିଙ୍ଗି ଟାଇଟଲ ଜିତିଥିଲେ ନିରଜ । ସେହିପରି ଜୁନରେ ଅନୁଷ୍ଠିତ ଡାଇମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଥିଲେ । ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜାଭେଲିନ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ ନିରଜ।

ABOUT THE AUTHOR

...view details